ଆକାଶ ମାର୍ଗରୁ ହିମାଚଳ ଓ ପଞ୍ଜାବର ବନ୍ୟା ସ୍ଥିତି ପରଖିଲେ ମୋଦୀ By Swadhikar News Last updated Sep 9, 2025 ହିମାଚଳରେ ହାହାକାର ସ୍ଥିତି । ଆକାଶ ମାର୍ଗରୁ ବନ୍ୟା ଓ ଭୂସ୍ଖଳନର ସ୍ଥିତି ଅନୁଧ୍ଯାନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଭାବିତଙ୍କ ସହ କଲେ ଆଲୋଚନା । ବନ୍ୟାରେ ଯେତେବେଳେ ପଞ୍ଜାବ ଏବଂ ହିମାଚଳ ପ୍ରଦେଶ ପ୍ରଭାବିତ ହୋଇଛି ଠିକ୍ ସେତେବେଳେ ସ୍ଥିତିର ଅନୁଧ୍ଯାନ କରିଛନ୍ତି ମୋଦୀ । ଆକାଶମାର୍ଗରୁ ଉଭୟ ପଞ୍ଜାବ ଏବଂ ହିମାଚଳ ପ୍ରଦେଶର ବନ୍ୟା ସ୍ଥିତି ଅନୁଧ୍ଯାନ କରିଛନ୍ତି । ପ୍ରଥମେ ଆକାଶ ମାର୍ଗରୁ ହିମାଚଳ ପ୍ରଦେଶର ସ୍ଥିତି ସମୀକ୍ଷା ପରେ ପଞ୍ଜାବର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୋଦୀ । ଆଉ ହିମାଚଳ ପ୍ରଦେଶର କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକ ଦେଖି ପ୍ରଧାନମନ୍ତ୍ରୀ ଦେଢ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ।ମୋଦୀ ହିମାଚଳ ପ୍ରଦେଶ ପାଇଁ ପ୍ୟାକେଜ ଘୋଷଣା କରିବା ସହ ବନ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରଭାବିତଙ୍କ ସହ କଥା ହୋଇ ଦୁଃଖ ବୁଝିଛନ୍ତି ମୋଦୀ । ମୁଖ୍ଯମନ୍ତ୍ରୀଙ୍କ ସହ ବୈଠକ କରି ପୂରା ରାଜ୍ୟର ଖବର ନେଇଛନ୍ତି । ଆଉ ନିଜ ସୋସିଆଲ୍ ମିଡିଆ ଲେଖିଛନ୍ତି, ‘ ହିମାଚଳ ପ୍ରଦେଶର ଏହି କଷ୍ଟକର ସମୟରେ ଆମେ ଲୋକଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛୁ ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା ଜାରି ରଖିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରାଯାଉଛି ।’ Himachal floodModi assesses flood situation in HimachalPunjabswadhikarswadhikar news Share