Odia News Portal

କେଦାରନାଥରେ ମୋଦି

ଉତ୍ତରାଖଣ୍ଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳେ କେଦାରନାଥରେ ପହଞ୍ଚି ସେଠାରେ ଥିବା ଶିବ ମନ୍ଦିରରେ ପ୍ରାର୍ଥନା କରିଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ୧୨ ଫୁଟର ଏକ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ, ଯାହା ୨୦୧୩ ଉତ୍ତରାଖଣ୍ଡ ବନ୍ୟାରେ ଧ୍ୱଂସ ହେବା ପରେ ପୁନଃ ନିର୍ମାଣ କରାଯାଇଥିଲା । ଏହା ସହିତ ସେ କେଦାରନାଥ ମନ୍ଦିର ନିକଟରେ ୩୦୦ କୋଟିରୁ ଅଧିକ ମୂଲ୍ୟର ପୁନଃ ନିର୍ମାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ମଧ୍ୟ ଉଦ୍ଘାଟନ କରିଛନ୍ତି ।