Odia News Portal

ଭାରତୀୟ ମିଡିଆକୁ ପ୍ରଶଂସା କରିଥିଲେ ଜୋ ବାଇଡେନ

ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହ୍ୱାଇଟ ହାଉସରେ ଦେଖାସାକ୍ଷାତ କରିଥିଲେ । ଜୋ ବାଇଡେନ ଏହି ସମୟରେ ଭାରତୀୟ ଗଣମାଧ୍ୟମକୁ ବହୁ ପ୍ରଶଂସା କରିଥିଲେ ଏବଂ ଆମେରିକାର ରିପୋର୍ଟସଙ୍କ ଆଲୋଚନା କରି କହିଥିଲେ ଯେ, ଅନେକ ସମୟରେ ବିଦେଶୀ ନେତାଙ୍କ ସମ୍ମୁଖରେ ପ୍ରସଙ୍ଗରୁ ବାଟବଣା ହୋଇଯାଆନ୍ତି । ବାଇଡେନ କହିଥିଲେ ଯେ, ଆମେରିକୀୟ ଗଣମାଧ୍ୟମ ତୁଳନାରେ ଭାରତୀୟ ଗଣମାଧ୍ୟମର ବ୍ୟବହାର ବହୁତ ଭଲ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ଶେଷ ହୋଇଯାଇଛି ଏବଂ ହ୍ୱାଇଟ ହାଉସ ଆମେରିକୀୟ ମିଡିଆରେ ସ୍ପଷ୍ଟିକରଣ ଦେଉଛି ।

ହ୍ୱାଇଟ ହାଉସର ପ୍ରେସ ସେକ୍ରେଟେରୀ ଜେନ ସାକୀଙ୍କୁ ମଙ୍ଗଳବାର ଏହି ମାମଲାକୁ ନେଇ ଆମେରିକାର ଅନେକ ସାମ୍ବାଦିକ କଡ଼ା ପ୍ରଶ୍ନ କରିଥିଲେ । ମାତ୍ର ଜେନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୟାନକୁ ସୁରକ୍ଷା ଦେବାକୁ ଉଦ୍ୟମ କରିଛନ୍ତି । ସେ କହିଛନ୍ତି ଯେ, ବାଇଡେନ କୌଣସି ସାମ୍ବାଦିକଙ୍କୁ ଆହତ ଦେବାକୁ ଚାହାନ୍ତି ନାହିଁ । ସେ କହିଛନ୍ତି ମୁଁ ଭାବୁଛି, ବାଇଡେନ କହିଥିଲେ- ବେଳେ ବେଳେ ଆମେରିକୀୟ ମିଡିଆ ପଏଣ୍ଟକୁ ଆସିପାରି ନଥାଏ । ମୁଁ ଜାଣିଛି ଯେ, କୌଣସି ଲୋକ ଏହାକୁ ଶୁଣିବାକୁ ଚାହିଁବ ନାହିଁ । 

ହ୍ୱାଇଟ ହାଉସର ପ୍ରେସ ବ୍ରିଫିଙ୍ଗ ସମୟରେ ଏକ ରିପୋର୍ଟର ଆମେରିକୀୟ ଗଣମାଧ୍ୟମ ଓ ଭାରତୀୟ ମିଡିଆର ସହିତ ହୋଇଥିବା ତୁଳନାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହି ରିପୋର୍ଟର କହିଥିଲେ ଯେ, ୱିଥ ଆଉଟ ବୋର୍ଡର୍ସର ତାଲିକା ଅନୁସାରେ  ଭାରତର ମିଡିଆ ପ୍ରେସ ଫ୍ରିଡମ ୧୪୨ ନମ୍ବର । ଆମେରିକାର ପ୍ରେସ ଫ୍ରିଡମ ମାମଲାରେ ୪୪ତମ ସ୍ଥାନ ରହିଛି । ସେ ଆମେରିକୀୟ ଗଣମାଧ୍ୟମ ସହିତ ଭାରତୀୟ ମିଡିଆର ତୁଳନା କେମିତି କରିପାରିବେ ।