Odia News Portal

‘କାଳିଆ’ରେ ଲକ୍ଷାଧିକ ଅଯୋଗ୍ୟ ଚିହ୍ନଟ

କାଳିଆ ଯୋଜନାରେ ୧୦୪୦୭୬ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ

ଭୁବନେଶ୍ୱର: କାଳିଆ ଯୋଜନାରେ ଲକ୍ଷେ ଅଯୋଗ୍ୟ ହିତାଧିକାରୀ । ବିଧାନସଭାରେ ଏନେଇ ମନ୍ତ୍ରୀ ଅରୁଣ ସାହୁ ଉତ୍ତର ରଖିବା ପରେ କାଳିଆ ଯୋଜନାର ଆଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ସାମ୍ନାକୁ ଆସିଛି । କାଳିଆ ଯୋଜନା ବାବଦରେ ପୂରା ତଥ୍ୟ ଜାଣିବାକୁ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଗୃହରେ ପ୍ରଶ୍ନ ପଚାରିଥିଲେ । ଅଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ମିଳିଥିବାରୁ ରାଜକୋଷରୁ କେତେ ଟଙ୍କା ଅଯଥାରେ ବରବାଦ ହୋଇଛି, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଭୁଲ ଯୋଗୁଁ କେତେ ହିତାଧିକାରୀ ସହୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ଓ ଏସବୁ ଅନିୟମିତତା ପାଇଁ କେଉଁ ସବୁ ଅଫିସରଙ୍କୁ ଉତ୍ତରଦାୟୀ କରାଯାଇଛି ସେନେଇ ପ୍ରଶ୍ନ ପଚାରିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ ।

ଆଉ ଏହାର ଉତ୍ତରରେ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, କାଳିଆ ଯୋଜନାରେ ଏବେ ୧୦୪୦୭୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୬,୧୪,୭୦୭ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇଛି । ଏହାଛଡା କୌଣସି ହିତାଧିକାରୀ ଯେପରି ଡିବିଟି ଜରିଆରେ ସହାୟତା ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ କାଳିଆ ଯୋଜନାରେ ଆଧାର ଭିତ୍ତିକ ଓ ବ୍ୟାଙ୍କ ଆକାଉଣ୍ଟ ଭିତ୍ତିକ ଅର୍ଥରାଶି ପଠାଯାଉଛି ।