Odia News Portal

ରିପୋର୍ଟ୍ କାର୍ଡରେ ୭ବର୍ଷ କାମର ହିସାବ ଦେଲେ ସାଂସଦ ଅପରାଜିତା

ସାତ ବର୍ଷର ରିପୋର୍ଟ କାର୍ଡ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।   । ୬୦ ପୃଷ୍ଠାର ଏହି ରିପୋର୍ଟ କାର୍ଡରେ ନିଜ ସାତ ବର୍ଷର କାର୍ଯ୍ୟର ହିସାବ ଦେଇଛନ୍ତି ସାଂସଦ। ଭୁବନେଶ୍ବରର ବିକାଶ ଓ ସହରର ସମ୍ପ୍ରସାରଣ ହେଉଥିବାବେଳେ ପ୍ରତ୍ୟକ କ୍ଷେତ୍ରରେ କାମ କରାଯାଉଛି ବୋଲି କହିଛନ୍ତି ।ସାତ ବର୍ଷରେ ୫୫ ପ୍ରକାରର କାର୍ଯ୍ୟ କରାଯାଇଛି। ସଂସଦୀୟ କ୍ଷେତ୍ର ପାଇଁ ୮ଟି ମୁଖ୍ୟ କାର୍ଯ୍ୟକୁ ମଧ୍ୟ ସେ ପ୍ରମୁଖତା ଦେଇଛନ୍ତି ।ପ୍ରତି ମାସରେ ୪ ଥର ଅଭିଯୋଗ ଶୁଣାଣି କରାଯାଉଥିବା ସହ ୧୧୫ଟି ଜନ ଔଷଧି କେନ୍ଦ୍ର ବିଭିନ୍ନ ଅଞ୍ଚଳରେ ରହିଥିବା ସେ ସୂଚନା ଦେଇଛନ୍ତି । ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ଦୂର କରିବାକୁ ୧୦ଟି ଫୁଟ୍ ଓଭରବ୍ରିଜ୍, ୭ଟି ଫ୍ଲାଏଓଭର ଓ ୧୬ଟି ଅଣ୍ଡରପାସ୍ ପାଇଁ ପ୍ରସ୍ତାବ ରହିଥିବା ସେ କହିଛନ୍ତି । ୭,୫୦୦ ସୋଲାର ଲାଇଟ୍ ଏବଂ ୬୫୭ଟି ମନ୍ଦିର ଓ ମାର୍କେଟ୍ କମ୍ପ୍ଲେକ୍ସରେ ଆକ୍ୱାଗାର୍ଡ ପାଣି ବ୍ୟବସ୍ଥା ,ପଳାଶୁଣୀରେ ୭ ମିଟର ସର୍ଭିସ୍ ରୋଡ୍ ଏବଂ ପଳାଶୁଣୀରୁ ରସୁଲଗଡ଼ ମଧ୍ୟରେ ପ୍ରାୟ ୧୮ କୋଟି ୪୨ ଲକ୍ଷ ଟଙ୍କାର ଫୁଟ୍ ଓଭରବ୍ରିଜ୍ ଓ ସ୍କାଏୱାକ୍ ନିର୍ମାଣ ଯୋଜନା ଥିବା ସୂଚନା ଦେଇଛନ୍ତି । ଏହା ସହ ଭୁବନେଶ୍ୱର ମେଟ୍ରୋ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ଅପରାଜିତା ଷଡ଼ଙ୍ଗୀ । ଏନେଇ ସରକାର ସକାରାତ୍ମକ ଥିବା ଏବଂ ଆଗକୁ କାମ କରାଯିବ ବୋଲି ସରକାର କହିଥିବା ସେ ଦାବି କରିଛନ୍ତି ।