Odia News Portal

ଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ଲୁହା ରଡ଼ ପୁରେଇ ଦେଲେ, ଆଖି ବୁଜିଲେ ପିଡ଼ିତା

ମୁମ୍ବାଇ: ବହୁ ଚର୍ଚ୍ଚିତ ନିର୍ଭୟା କେସର ରିପିଟ୍ ଟେଲିକାଷ୍ଟ । ପ୍ରଥମେ ଦୁଷ୍କର୍ମ । ଆଉ ପରେ ମନ ନବୁଝିବାରୁ ପିଡିତାଙ୍କ ଗୁପ୍ତାଙ୍ଗରେ ପୁରେଇ ଦେଲା ଲୁହା ରଡ଼ । ମୁମ୍ବାଇରେ ଘଟିଛି ଏଭଳି ଅଭାନୀୟ ଘଟଣା । ମୁମ୍ବାଇ ସାକିନାକାରେ ଜଣେ ୩୦ ବର୍ଷୀୟ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ। ଦୁଷ୍କର୍ମ ପରେ ଦୁର୍ବୃତ୍ତ ଜଣକ ତାଙ୍କ ସମ୍ବେଦନଶୀଳ ଅଙ୍ଗରେ ରଡ୍ ଭର୍ତ୍ତି କରି ଦେଇଥିଲେ। ପରେ ମହିଳାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା।ସେଠାରେ ତାଙ୍କର ମୃତୁ୍ୟ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି ।

ଶନିବାର ମୁମ୍ବାଇର ମେୟର ରାଜୱାଡି ହସ୍ପିଟାଲ ଘାଟକୋପରରେ ପହଞ୍ଚି ପୀଡିତାଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ସେପଟେ ପୁଲିସ ଏହି ମାମଲାର ଅଭିଯୁକ୍ତ ମୋହିତ ଚୌହାନକୁ ଗିରଫ କରିଛି। ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତି ମାନଙ୍କୁ ମଧ୍ୟ ପୋଲିସ ଖୋଜିବାରେ ଲାଗିପଡ଼ିଛି।

ସାକିନାକର ଖାଇରାନି ରାସ୍ତାରେ ଏହି ଘଟଣା ଘଟିଥିବାରୁ ଡିସିପି ଓ ଅତିରିକ୍ତ କମିଶନର ସେଠାକୁ ଯାଇ ଯାଞ୍ଚ କରିଛନ୍ତି। ଅନ୍ୟପଟେ ଘଟଣା ଦିନର ପୂରା ଫୁଟେଜ ସାମ୍ନାକୁ ଆସିଛି। ଏଥିରେ ଅଭିଯୁକ୍ତ ମୋହିତ ଚୌହାନ ମହିଳାଙ୍କ ସହ ଦୁଷ୍କର୍ମ କରିବା ପରେ ମାରପିଟ୍ କରିବା ସହ ଲୁହା ରଡ୍ରେ ଆକ୍ରମଣ କରିଥିବା କରୁଥିବା ଦେଖିବାକୁ ମିଳିଛି। ଏହାପରେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ କିଭଳି ଫେରାର ହୋଇଯାଇଥିଲା ତାହା ମଧ୍ୟ ସାମ୍ନାକୁ ଆସିଛି।