Odia News Portal

ଗଣ୍ଡିର ୨କିମି ଦୂରରେ ମିଳିଲା ମୁଣ୍ଡ…

ଭୁବନେଶ୍ୱର: ପୋଲିସକୁ ମିଳିଲା ମହିଳାଙ୍କ କଟାମୁଣ୍ଡ | ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରୁ ମୁଣ୍ଡବିହୀନ ମହିଳାଙ୍କ ଶବ ମିଳିବା ଘଟଣାରେ ପୋଲିସ ହାତରେ ବଡ ସଫଳତା | ହତ୍ୟା ଘଟଣାର ଅଧିକ ଛାନଭିନ ପାଇଁ ୨ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇ ସିନ ରିକ୍ରିଏସନ ପରେ ପୋଲିସ ମହିଳାଙ୍କ କଟା ମୁଣ୍ଡକୁ ଜବତ କରିଛି | ମୃତଦେହ ମିଳିଥିବା ସ୍ଥାନର ୨-୩ କିଲୋମିଟର ଦୂରରେ ମିଳିଛି ଏହି କଟାମୁଣ୍ଡ | ଭୁବନେଶ୍ୱର ଡିସିପିଙ୍କ ଉପସ୍ଥିତିରେ କଟାମୁଣ୍ଡକୁ ଠାବ କରାଯାଇଛି | ପୋଲିସକୁ ମୃତ ମହିଳାଙ୍କ ପରିଚୟ ମିଳିଥିବା ସମୟରେ ଘଟଣାରେ ୨ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।

ତେବେ ମହିଳାଙ୍କ ହତ୍ୟା ପରକୀୟା ପ୍ରୀତି କାରଣରୁ ଘଟିଥିବା ସନ୍ଦେହ କରୁଛି ପୋଲିସ | ଧରା ପଡ଼ିଥିବା ୨ଯୁବକଙ୍କ ସହ ମୃତ ମହିଳାଙ୍କ ସମ୍ପର୍କ ଥିବା ସୂଚନାରୁ ଜଣାପଡ଼ିଛି | ତେବେ କାହିଁକି ଏବଂ କିଭଳି ମହିଳାଙ୍କୁ ମର୍ଡର କରାଯାଇଛି ସେନେଇ ସସପେନ୍ସ ଉପରୁ ପର୍ଦ୍ଦା ହଟାଇବ ପୋଲିସ | ମହିଳା ଜଣଙ୍କ ନିଜ ସ୍ୱାମୀଙ୍କୁ ଛାଡି ଅନ୍ୟ ଜଣଙ୍କ ସହ ରହୁଥିଲେ । ହତ୍ୟା ଘଟଣାରେ ଅଟକ ରଖାଯାଇଥିବା ବ୍ୟକ୍ତି ଓ ତାଙ୍କ ସହଯୋଗୀ ହତ୍ୟା କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ଘର ଗଞ୍ଜାମରେ , ରାଜଧାନୀର ଏକ ବସ୍ତିରେ ରହୁଥିଲେ ବୋଲି ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ପ୍ରଦାନ କରିଛନ୍ତି ।

ତେବେ ପରକୀୟା ପ୍ରୀତି କାରଣରୁ ରାଗ ରଖି ମହିଳାଙ୍କ ବିଭତ୍ସ ହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି |ମହିଳାଙ୍କୁ ୩ତାରିଖ ରାତିରେ ତଣ୍ଟି ଚିପି ହତ୍ୟା କରାଯିବା ପରେ ମହିଳାଙ୍କ ଗଣ୍ଡିରୁ ମୁଣ୍ଡକୁ ହାଣି ଅଲଗା କରାଯାଇଥିଲା | ତେବେ ମୃତ ମହିଳାଙ୍କ ପରିଚୟ ଡିଜିଟାଲ୍ ଫିଙ୍ଗର ପ୍ରିଣ୍ଟ ମାଧ୍ୟମରୁ ହୋଇଛି । ମୃତ ମହିଳା ଭୁବନେଶ୍ୱରର ବୋଲି ଜଣାପଡିଛି । ଖୁବଶୀଘ୍ର ସମସ୍ତ ତଥ୍ୟ କମିଶନରେଟ୍‌ ପୋଲିସ ପ୍ରେସମିଟ୍‌ ଜରିଆରେ ସୂଚନା ଦେବ ।