Odia News Portal

ପୌର ନିର୍ବାଚନ ମାମଲା, ୪ ସପ୍ତାହରେ ଜବାବ ରଖିବାକୁ ନିର୍ଦ୍ଦେଶ

କଟକ: ପୌର ନିର୍ବାଚନକୁ ନେଇ ଆସିଲା ବଡ଼ ଖବର । ହାଇକୋର୍ଟରେ ପୌର ନିର୍ବାଚନ ମାମଲା । ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ ।୪ ସପ୍ତାହ ମଧ୍ୟରେ ମୁଖ୍ୟ ଶାସନ ସଚିବ, ରାଜ୍ୟ ନିର୍ବାଚନ କମିଶନଙ୍କୁ ଜବାବ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ୟ୍ୟ ସୂଚନା ଦେଇଛନ୍ତି।ରାଜ୍ୟର ବିଭିନ୍ନ ପୌରାଞ୍ଚଳର ନିର୍ବାଚନ ବିଳମ୍ବ ପ୍ରସଂଗକୁ ନେଇ ଦାୟର ତିନୋଟି ପୃଥକ ମାମଲାର ହାଇକୋର୍ଟ ଏକତ୍ର ଶୁଣାଣି କରିଛନ୍ତି । ଶୁଣାଣି ପରେ ରାଜ୍ୟ ନିର୍ବାଚନ କମିସନ ଓ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ପୂର୍ବତନ ମନ୍ତ୍ରୀ ସମୀର ଦେ, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରସନ୍ନ କୁମାର ମିଶ୍ରଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରି ୪ସପ୍ତାହ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପୂବରୁ ଭୁବନେଶ୍ୱର, ପୁରୀ ଓ କଟକରେ ପୌର ନିର୍ବାଚନ ପାଇଁ ତିନୋଟି ପୃଥକ ପୃଥକ ମାମଲା ହୋଇଥିଲା। କଟକରୁ ବିଜେପି ନେତା ସମୀର ଦେ, ପୁରୀ ପାଇଁ ସ୍ଥାନୀୟ ବିଧାୟକ ଜୟନ୍ତ ଷଡଙ୍ଗୀ ଏବଂ ଭୁବେନଶ୍ୱର ମହାନଗର ନିଗମ ପାଇଁ ଅବସରପ୍ରପ୍ତ ପ୍ରଶାସକ ପ୍ରସନ୍ନ ମିଶ୍ରଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଥିଲା।