Odia News Portal

ପବିତ୍ର ଛଟ୍ ପୂଜାରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଛଟ୍ ପୂଜା । ସୂର୍ଯ୍ୟ ପୂଜାର ପର୍ବ । ଛଟ୍ ପୂଜା ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଗବାନ ସୂର୍ଯ୍ୟ ସବୁ ପ୍ରତିବନ୍ଧକ ଓ ବାଧାବିଘ୍ନ ଦୂର କରି ସମସ୍ତଙ୍କୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମସ୍ତଙ୍କୁ ସୂର୍ଯ୍ୟ ଭଗବାନ ଭଲ ସ୍ୱାସ୍ଥ୍ୟ, ଖୁସି ଓ ସମୃଦ୍ଧିର ଆଶୀର୍ବାଦ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି ।