Odia News Portal

ପବିତ୍ର ନୂଅାଁଖାଇରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି କୃଷିଭିତ୍ତିକ ପର୍ବ ତଥା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅାଁଖାଇ । ପୁରପଲ୍ଲୀ ସବୁଠି ହୋଇ ଉଠିଛି ଉତ୍ସବ ମୁଖର । ନୂଆଁଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ନୂଆଁଖାଇ ଆମ କଳା ସଂସ୍କୃତିର ପରିଚୟ ।ଏହା ଏକ ସାମାଜିକ ପର୍ବ ।ବ୍ୟକ୍ତି ନୁହେଁ , ସମାଜ ଶ୍ରେଷ୍ଠ ବୋଲି ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି । ସମସ୍ତେ କୋଭିଡ ନିୟମ ମାନି ତିହାର ପାଳନ କରନ୍ତୁ ବୋଲି ଆହ୍ୱାନ ଦେବା ସହ ମାଆ ସମଲେଶ୍ୱରୀ ସମସ୍ତଙ୍କୁ ସୁଖଶାନ୍ତିରେ ରଖନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।