Odia News Portal

୫ ଦିନ ପରେ ମିଳିଲା ନୟାଗଡ଼ର ନିଖୋଜ ଝିଅର ମୃତଦେହ, ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ

ନୟାଗଡ଼: ନୟାଗଡ଼ର କୁନି ଝିଅ ପରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଆଲେଡନ ସୃଷ୍ଟି ହୋଇଥିଲା । ଏହି ଘଟଣାର ତାତି ଧିରେ ଧିରେ କମିଥିବା ବେଳେ ପୁଣିଥରେ ନୟାଗଡ଼ ଜିଲ୍ଲାରୁ ଆସିଛି ଆଉ ଏକ ଶିଶୁ ନିଖୋଜ ଘଟଣା । ତେବେ ନିଖୋଜ ହୋଇଥିବା ନାବାଳିକାର ଆଜି ମୃତଦେହ ଉଦ୍ଧାର ହୋଇଛି । ଏକ ପରିତ୍ୟକ୍ତ ସ୍ଥାନରୁ ବେବିର ମୃତଦେହ ଉଦ୍ଧାର କରାଯାଇଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣିଗୋଚ୍ଛା ଥାନା ଧୁନ୍ଦୁଗାଡ଼ିଆ ଗାଁର ୭ ବର୍ଷର ଝିଅ ନିଖୋଜ ଥିଲା । ତେବେ ଆଜି ପରିତ୍ୱକ୍ତ ସ୍ଥାନରୁ ମୃତଦେହ ଉଦ୍ଧାର ହେବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି । ପୋଲିସ ଏହି ଘଟଣାରେ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ମିଳିଥିବା ସୂଚନା ମୁତାବକ, ଗତ ୧୨ ତାରିଖ ମଧ୍ୟାହ୍ନରୁ ଗାଁ ଦାଣ୍ଡରେ ଖେଳୁଥିବା ବେବି କ୍ଷଣିକ ସମୟ ମଧ୍ୟରେ ନିଖୋଜ ହୋଇଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଅଟକ ଥିବା ଦୁଇ ଜଣ ବ୍ୟକ୍ତି ବିଭିନ୍ନ ସମୟରେ ନାବାଳିକା ବେବିଙ୍କୁ ମୋବାଇଲ୍ରେ ଅଶାଳିନ ଭିଡିଓ ଦେଖାଉଥିଲେ। ଯାହାକି ସେଦିନ ତାକୁ ଏକାକି ସୁଯୋଗ ନେଇ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ନେଇ ଯାଇଥିଲେ। ଜଙ୍ଗଲ ମଧ୍ୟରେ ଦୁଷ୍କର୍ମ ପରେ କାଳେ ବେବି ବାହାରେ ପ୍ରକାଶ କରିବ ସେହି ଭୟରେ ତଣ୍ଟିଚିପି ହତ୍ୟା କରିଥିବା ବିଶେଷସୂତ୍ରରୁ ଜଣାପଡିଛି। ତେବେ ଏହି ଘଟଣା ଏକ ସମ୍ବେଦନଶୀଳ ହୋଇଥିବା ବେଳେ ଆଜି ଏସ୍ପି ଶ୍ରୀ କାଟରିଆଙ୍କ ସମେତ ଏସ୍ଡିପିଓ, ନୟାଗଡ ଟାଉନ ପୁଲିସ ସମେତ ଏକ ସ୍ୱତନ୍ତ୍ର ଟିମ୍ ପହଁଚି ଘଟଣାର ତଦନ୍ତ କରି ଫେରିଛି। ଆସନ୍ତାକାଲି ପୁଲିସ ଘଟଣାର ସବିଶେଷ ତଥ୍ୟ ପ୍ରଦାନ କରିବ ବୋଲି କହିଛି।