Odia News Portal

ରାଜଧାନୀରେ ହୋଟେଲ ଓ ଲଜ୍ ପାଇଁ ଆସିଲା ନୂଆ ଆପ

ରାଜଧାନୀ ଭୁବନେଶ୍ୱରରେ ହୋଟେଲ ଓ ଲଜ୍ ପାଇଁ ଲଞ୍ଚ ହେଲା ନୂଆ ଆପ । ଲଞ୍ଚ ହୋଇଥିବା ନୂଆ ଆପଲିକେସର ନାଁ ହେଉଛି ‘ସରାଇ’ ଆପ । ଏହି ଆପ ଜରିଆରେ ପ୍ରତ୍ୟେକ ଦିନ ବିବରଣୀ ଓ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଦିନ ହୋଟେଲ କୁ ଆସୁଥିବା ଗ୍ରାହକଙ୍କ ବିବରଣୀ ଦେବେ ହୋଟେଲ ମାଲିକ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ପୋଲିସ କମିଶନର ସୌମେନ୍ଦ୍ର କହିଛନ୍ତି ଭୁବନେଶ୍ୱରକୁ ଡ୍ରଗ୍ସ ମୁକ୍ତ କରିବା ପାଇଁ ଏହି ଅପରେସନ ଆରମ୍ଭ ହୋଇଛି ।ଏହି ଆପ ମାଧ୍ୟମରେ ଆଧାରକାର୍ଡ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପରିଚୟ ପତ୍ର ଅପଲୋଡ କରିବେ ହୋଟେଲ କର୍ମଚାରୀ । ଯାହାଦ୍ବାରା ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ସୂଚନା ପାଇପାରିବ ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।ଅନ୍ୟପଟେ ଆଜି ଭୁବନେଶ୍ୱରରୁ ୨ କୋଟି ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ବ୍ରାଉନସୁଗାର ଡିଲ ବେଳେ ଏହାକୁ ଜବତ କରିଛି ଏସଟିଏଫ । ୨କେଜି ବ୍ରାଉନ ସୁଗାର ଜବତ ହୋଇଥିବାବେଳେ ୩ ଜଣ ଗିରଫ ହୋଇଛନ୍ତିି ।