Odia News Portal

ସେପ୍ଟେମ୍ବର ମାସ ଲାଗି ଆସିଲା କେନ୍ଦ୍ରର ଗାଇଡ୍ ଲାଇନ୍, ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ଗତ କିଛି ଦିନ ହେବ ପୁଣି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି ।ଏହାରି ମଧ୍ୟରେ ସେପ୍ଟେମ୍ବର ୩୦ ତାରିଖ ପର୍ୟ୍ୟନ୍ତ କରୋନା କଟକଣାକୁ ବଢାଇଛନ୍ତି କେନ୍ଦ୍ର ସରକାର । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଚିଠି ଲେଖିଛି । କେରଳ ଓ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାରଙ୍କ ଚିନ୍ତା ବଢିବାରେ ଲାଗିଛି ।

ସେହିପରି ଆଗକୁ ପାର୍ବଣର ସମୟ ଥିବାରୁ ଗହଳିକୁ ଏଡାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ହେଲେ ଜନଗହଳି ସ୍ଥାନଗୁଡିକରେ ସ୍ଥାନୀୟ ଭାବେ କଟକଣା କଡାକଡି ଭାବେ ଜାରି କରାଯିବା ଉଚିତ ବୋଲି ମନ୍ତ୍ରାଳୟ କହିଛି । ଏହାବ୍ୟତୀତ ଟେଷ୍ଟ, ଟ୍ରାକ, ଟିକା ଓ କୋଭିଡ କଟକଣା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । କେନ୍ଦ୍ର ସରକାର କହିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ଫେସ୍ ମାସ୍କ୍ ପରିଧାନ, ଶାରୀରିକ ଦୂରତ୍ବ ପାଳନ, ଜରିମାନ ଆଦାୟ ଭଳି କଟକଣା ଧାରା ନିମ୍ନଗାମୀ ହେଉଛି। ଏସବୁ ଉପରେ ଗୁରତ୍ବ ଦେବାକୁ ଗୃହ ବ୍ୟାପାର ମନ୍ତ୍ରାଳୟ ପୁନଶ୍ଚ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛି ।