Odia News Portal

ମାଲକାନଗିରିରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ମାର୍ଚ୍ଚ ୨୩ରୁ ୩୧ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଘୋଷଣା

ଭୁବନେଶ୍ୱର: ମାଲକାନଗିରିରେ ନାଇଟ କର୍ଫ୍ୟୁ ଘୋଷଣା | ମାର୍ଚ୍ଚ ୨୩ରୁ ୩୧ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଘୋଷଣା |ଦୈନିକ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ | ୩୧ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ | ନାଇଟ କର୍ଫ୍ୟୁ ନେଇ ମାଲକାନଗିରି ଜିଲ୍ଲାପାଳଙ୍କ ଘୋଷଣା | ସର୍ବସାଧାରଣ ଜାଗାରେ ଦୋଳ,ହୋଲି ପର୍ବ ପାଳନ ପାଇଁ ମନା କରାଯାଇଛି | କୋଭିଡ଼ ଗାଇଡ଼ଲାଇନ ମାନି ୫୦ ଜଣାରେ ହେବ ଦୋଳ ମେଳଣ |

ବଡ ଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନର ପକ୍ଷରୁ ନିଆଗଲା ପଦକ୍ଷେପ । ବଡ ଯାତ୍ରାରେ ସର୍ବାଧିକ ୨୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି | ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ କରିବା ବାଧ୍ୟତା ମୂଳକ ରହିଛି । ଯାତ୍ରା, ରାମଲୀଳା, ଦାଶିଆ ନାଚ ପରିବେଷଣ, ମୀନାବଜାର, ଫୁଡ ଷ୍ଟଲ, ପୋଷାକ ଆଦି ବିକ୍ରି ପାଇଁ ଅସ୍ଥାୟୀ ଷ୍ଟଲକୁ ମନା କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚିନ୍ତାରେ ଥିବା ବେଳେ ମାଲକାନଗିରିରେ ଆଗୁଆ ପଦକ୍ଷେପ ନିଆଯାଇଛି ।