Odia News Portal

ନବରଙ୍ଗପୁରକୁ ଫେରିଲା ନାଇଟକର୍ଫ୍ୟୁ

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଆସନ୍ତା ୨୬ ତାରିଖରୁ ନୂଆ କଟକଣା ଜାରି କରିଛନ୍ତି । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ମାଲକାନଗିରିରେ ନାଇଟକର୍ଫ୍ୟୁ ଫେରିଥିବାବେଳେ ଏହାର ପଡ଼ୋଶୀ ଜିଲ୍ଲା ନବରଙ୍ଗପୁରରେ ନାଇଟକର୍ଫ୍ୟୁ ଜାରି କରିଛନ୍ତି ଜିଲ୍ଲାପାଳ ।

ଆସନ୍ତାକାଲିଠାରୁ ନବରଙ୍ଗପୁରରେ ନାଇଟକର୍ଫ୍ୟୁ ଜାରି କରାଯିବ । ରାତି ୮ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଏହି କଟକଣା ରହିବ । ସେହିପରି ନାଇଟକର୍ଫ୍ୟୁ ସହ ପ୍ରଶାସନ ବିଭିନ୍ନ କଟକଣା ଜାରି କରିଛନ୍ତି । ଘରୋଇ ଓ ସର୍ବସାଧାରଣ ସ୍ଥାନରେ ୫ ଜଣରୁ ଅଧିକ ଲୋକଙ୍କ ଜନସମାଗମ ଉପରେ ରୋକ୍ ଲଗାଯାଇଛି । ସେହିପରି ଜୁରରୀ ନ ଥିବା ୱାକସପ୍, କନଫରେନସିଂ ଓ ସେମିନାରକୁ ବାତିଲ କରାଯାଇଛି । ଗହଳି ହେଉଥିବା ଧାର୍ମିକ କାର୍ଯ୍ୟକ୍ରମ ଓ ବାହାଘର ରିସେପସନ୍ ବନ୍ଦ କରାଯାଇଛି । ବାହାଘର ଶୋଭାଯାତ୍ରା ଓ ଅପେରା ଉପରେ ରୋକ୍ ଲଗାଯାଇଛି । ରାଜନୈତିିକ ଆନ୍ଦୋଳନ ହେବନାହିଁ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ।