Odia News Portal

ବାଘ ପୋଷି ଚର୍ଚ୍ଚାରେ ଥିବା ମହିଳାଙ୍କ ମୃତ୍ୟୁ

କଟକ: ମହାବଳ ବାଘ କୁ ଘରେ ପାଳି ଚର୍ଚ୍ଚା ରେ ରହିଥିବା ସାହସୀ ମହିଳା ନିହାର ନଳିନୀ ସ୍ୱାଇଁ ଙ୍କ ର ଦେହାନ୍ତ ହୋଇଛି। କଟକ ସିଦ୍ଧେଶ୍ୱର ସାହି ଠାରେ ଥିବା ଆଶୀର୍ବାଦ ବୃଦ୍ଧା ଆଶ୍ରମରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ୧୯୭୪ ମସିହାରେ ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ ର ତତ୍କାଳୀନ ନିର୍ଦେଶକ ସରୋଜ ରାୟ ଚୌଧୂରୀ ଓ ସ୍ତ୍ରୀ ନିହାର ନଳିନୀ ଙ୍କ ସହ ବୁଲୁଥିଲେ । ସେହି ସମୟ ରେ ସ୍ଥାନୀୟ ଖାଇରା ନଦୀ କୁଳ ରୁ ଏକ ବାଘ ଛୁଆଟିକୁ ଏକୁଟିଆ ଦେଖି ତାକୁ ଘରକୁ ଆଣିଥିଲେ । ଦୀର୍ଘ ୭ ବର୍ଷ ଧରି ନିଜ ପିଲା ଭଳି ତାର ଲାଳନ ପାଳନ କରିଥିଲେ ନିହାର ନଳିନୀ। ଆଉ ଘର ଅଗଣା ରେ ରହୁଥିବା ବାଘ ଦେଖିବାକୁ ଆସୁଥିଲେ ଲୋକେ।୧୯୮୧ ମସିହା ରେ ବାଘ ଟି ର ମୃତ୍ୟୁ ହୋଇଥିଲା। ହେଲେ ସେମାନଙ୍କର କୌଣସି ପିଲା ଛୁଆ ନ ଥିବାରୁ ସ୍ବାମୀ ଙ୍କୁ ହରାଇବା ପରେ ଖଇରି ସହ ବିତାଇ ଥିବା ସମୟ କୁ ଏକାକୀ ଭାବେ ବୃଦ୍ଧା ଆଶ୍ରମରେ ରହି ସବୁ ବେଳେ ମନେ ପକାଉଥିଲେ ନିହାର ନଳିନୀ ।ଗତ କାଲି ସେ ଖାଇ ସାରି ଶୋଇବା କୁ ଯାଇଥିଲେ।ତେବେ ତା ପରେ ସେ ଆଉ ଉଠି ନ ଥିଲେ ।ସେ ଚାଲି ଯାଇଥିଲେ ଚିର ନିଦ୍ରା ରେ।