Odia News Portal

ପିସିସି ସଭାପତି ପଦରୁ ଇସ୍ତଫା ଦେବା ନେଇ ଏମିତି କହିଲେ ନିରଞ୍ଜନ

ଭୁବନେଶ୍ୱର: କମୁନି କଂଗ୍ରେସ କଳି । ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଯିବା ନେଇ ଲାଗି ରହିଛି କନ୍ଦଳ । କଂଗ୍ରେସରେ ଏବେ ଦୁଇ ଗୋଷ୍ଠୀ ମଧ୍ୟରେ ତୁତୁ ମେଁ ମେଁ ଲାଗି ରହିଥିବା ନେଇ ସବୁଠି ଦେଖିବାକୁ ମିଳିଛି ଚର୍ଚ୍ଚା । ତେବେ ଏହାରି ଭିତରେ ମୁହଁ ଖେଳିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି କି, ପିସିସି ସଭାପତି ଚିରସ୍ଥାୟୀ ନୁହଁ ବୋଲି ସେ କହିଛନ୍ତି । ସଭାପତି ରହିବା ନରହିବା ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ମୁଁ ବହୁତ ଦିନ ହେଲା ରହିସାରିଲିଣି ସଭାପତି । ତାଙ୍କ ପରେ ମଧ୍ୟ ଦଳର ସଭାପତି ପଦ ସମ୍ଭାଳିବା ପାଇଁ ଅନେକ ଲୋକ ଅଛନ୍ତି । ଏ ନେଇ ଏଆଇସିସି ପଚାରିଲେ ସେ ଉତର ଦେବେ । ପାର୍ଟି ଅନ୍ତଃର୍ନିହିତ କଥାକୁ କାହାକୁ କହିବାକୁ ସେ ପସନ୍ଦ କରନ୍ତି ନାହିଁ ବୋଲି କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ଏପରି କହିଛନ୍ତି।

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ କହିଛନ୍ତି ନିରଞ୍ଜନ ଯଦି ଇସ୍ତଫା ଦେଇଛନ୍ତି ତେବେ ସେ ସ୍ପଷ୍ଟ କରନ୍ତୁ । ଯଦି ରାହୁଲ ଓ ସୋନିଆ ଗାନ୍ଧୀ ନିରଞ୍ଜନଙ୍କୁ ସଭାପତି ପଦରେ ରଖିବା କଥା ରଖିବେ, ଯଦି କାଢିବା କଥା କାଢିବେ । କ’ଣ ପଦକ୍ଷେପ ନେବେ ସ୍ପଷ୍ଟ କରନ୍ତୁ । ଏମିତି ହେଲେ ଦଳର ଛବି ଖରାପ ହେଉଛି ।