Odia News Portal

ଖୁସି ଖବର: ଶୂନକୁ ଖସିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟ ପାଇଁ ଖୁସି ଖବର | ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେହି ହେଲେ ମଧ୍ୟ କରୋନା ସଂକ୍ରମିତ ପ୍ରାଣ ହରାଇନାହାନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୭ରେ ସ୍ଥିର ରହିଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଟ୍ୱିଟ୍‌ରେ ଉଲ୍ଲେଖ ରହିଛି ଯେ, ‘ଖୁସି ଖବର, ଦୀର୍ଘ ୬ମାସ ପରେ ପ୍ରଥମ ଥର ଜାନୁଆରୀ ୫ ତାରିଖରେ ରାଜ୍ୟରେ କେହି ହେଲେ ବି କରୋନା ସଂକ୍ରମିତ ପ୍ରାଣ ହରାଇନାହାନ୍ତି । କୋଭିଡ୍ ଯୋଦ୍ଧାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠାପରସେବା ଦ୍ୱାରା ଏହା ସମ୍ଭବ ହୋଇପାରିଛି । ସେହି କୋଭିଡ୍ ଯୋଦ୍ଧାମାନଙ୍କୁ ସାଲ୍ୟୁଟ୍ ।’

ସୂଚନାନୁଯାୟୀ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୯୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୨୦୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୨୬୭୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୮୮୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।