Odia News Portal

୧୭ ପର୍ଯ୍ୟନ୍ତ ଓଏଚଆରସିକୁ ପ୍ରବେଶ ନିଷେଧ

ଭୁବନେଶ୍ୱର : କୋଭିଡ୍-୧୯ ଦ୍ରୁତ ସଂକ୍ରମଣ ପରିପ୍ରେକ୍ଷୀରେ ତୋଷାଳି ଭବନଠାରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର ଅ।ୟୋଗ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ୨୯/୦୪/୨୦୨୧ର ନିର୍ଦ୍ଦେଶନାମା ୧୨୬୫୬ ଅନୁଯାୟୀ ଏବଂ କମିଶନରର ୧୭/୦୫/୨୦୨୧ର ନୋଟିସର ଧାରାବାହିକତା କ୍ରମରେ ଅ ।ସନ୍ତା ୧୭/୦୬/୨୦୨୧ ପର୍ଯ୍ୟନ୍ତ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ କମିଶନ କାର୍ଯ୍ୟ କରିବ । କମିଶନ କାର୍ଯ୍ୟାଳୟକୁ ସାଧାରଣ ଜନତା, ପିଟିସନର ତଥା ବିଭିନ୍ନ ପକ୍ଷଙ୍କର ପ୍ରବେଶ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅ ।ସନ୍ତା ୧୭/୦୬/୨୦୨୧ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି । ଅଭିଯୋଗକାରୀଙ୍କ ପଂଜୀକରଣ ଏବଂ ଯାଞ୍ଚ କାର୍ଯ୍ୟ ନିୟମିତ ଚାଲୁ ରହିବ ।

ଏହି ସମୟରେ ଅତିଜରୁରୀ କେଶଗୁଡ଼ିକର ଶୁଣାଣି କରାଯିବ । କାର୍ଯ୍ୟାଳୟ ଇମେଲ [email protected] ମାଧ୍ୟମରେ ଅଭିଯୋଗ ପିଟିସନ୍ ଦାଖଲ କରାଯାଇପାରିବ । ଜରୁରୀ ଶୁଣାଣି ପାଇଁ କାର୍ଯ୍ୟାଳୟ ସହକାରୀ ରେଜିଷ୍ଟାଙ୍କୁ ୮୭୬୩୬୪୨୦୮୦ ମୋବାଇଲ ନମ୍ବରରେ ସମ୍ପର୍କ କରାଯାଇପାରିବ । ଅତ୍ୟନ୍ତ ଜରୁରୀ କାର୍ଯ୍ୟ ପାଇଁ ସମ୍ପୃକ୍ତ ପକ୍ଷ ନିଜର ମୋବାଇଲ ନମ୍ବର ଏବଂ ଇ-ମେଲ ଅ ।ଇଡି ଦେଇ ଓଡ଼ିଶା ମାନବାଧିକାର ଅ।ୟୋଗ ଅଧ୍ୟକ୍ଷଙ୍କ ଅନୁମତିକ୍ରମେ ଭର୍ଚୁଅ ।ଲ ମାଧ୍ୟମରେ ନିଜର ଅଭିଯୋଗ କରିପାରିବେ ।