Odia News Portal

ନୂଆଖାଇରେ ଚାଷୀଙ୍କ ଖାତାକୁ ଆସିବ କାଳିଆ ଟଙ୍କା

ଭୁବନେଶ୍ୱର: ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପର୍ବ । କୃଷିଭିତ୍ତିକ ପର୍ବରେ ଚାଷୀଙ୍କୁ ଭେଟିଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀଙ୍କୁ ମିଳିବ କାଳିଆ ଟଙ୍କା। ଆସନ୍ତାକାଲି ନୂଆଖାଇ ଅବସରରେ ନୂଆଖାଇ ଭେଟ୍ ଦେବେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଟଙ୍କା ପ୍ରଦାନର ଶୁଭାରମ୍ଭ କରିବେ।

୩୭ ଲକ୍ଷରୁ ଅଧିକ ଚାଷୀଙ୍କୁ ୭୪୨ କୋଟି ଟଙ୍କା ପ୍ରଦାନ କରାଯିବ। ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟ୍‌କୁ ୨ ହଜାର ଟଙ୍କା ଲେଖାଏ ଯିବ। ସୂଚନା ଯେ, ପୂର୍ବରୁ ଉତ୍କଳ ଦିବସ ଅବସରରେ ଗତ ଏପ୍ରିଲ୍ ୧ ତାରିଖରେ ଚଳିତ ବର୍ଷର ପ୍ରଥମ କିସ୍ତିରେ ଚାଷୀମାନଙ୍କୁ କାଳିଆ ଯୋଜନାର ଗୋଟିଏ କିସ୍ତି ମିଳିଥିଲା। ଏହାପରେ ଆସନ୍ତାକାଲି କାଳିଆ ଯୋଜନାରେ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ ।