ନୂଆପଡ଼ା ଉପ ନିର୍ବାଚନ, ଘାସିରାମ ମାଝୀଙ୍କ ନାଁରେ କଂଗ୍ରେସର ମୋହର By Swadhikar News Last updated Oct 8, 2025 ଉପ ନିର୍ବାଚନ ବିଗୁଲ ପରେ ଏବେ ନୂଆପଡ଼ାରେ ବଢିଛି ରାଜନୈତିକ ଉଷ୍ମତା । ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା। ଘାସିରାମ ମାଝୀଙ୍କ ନାଁରେ ମୋହର ମାରିଲା ଦଳ। ଏନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଘାସିରାମଙ୍କୁ ପ୍ରାର୍ଥୀ କରିବାକୁ ପୂର୍ବରୁ ଗ୍ରୀନ ସିଗନାଲ ଦେଇଥିଲେ ପିସିସି ସଭାପତି ଭକ୍ତଚରଣ ଦାସ।୨୦୨୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢି ଦ୍ବିତୀୟ ସ୍ଥାନରେ ଥିଲେ ଘାସିରାମ ମାଝୀ। ବିଜୟୀ ପ୍ରାର୍ଥୀ ବିଜେଡିର ରାଜେନ୍ଦ୍ର ଢୋଲାକିଆଙ୍କୁ କଡ଼ା ଟକ୍କର ଦେଇଥିଲେ। ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଏକ ପ୍ରକାର ସ୍ଥିର ହୋଇସାରିଛି । ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲାକିଆଙ୍କ ପୁଅ ଜୟ ଢୋଲାକିଆ। ତାଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗ୍ରୀନ ସିଗନାଲ ଦେଇଛନ୍ତି ।ଏପଟେ କିନ୍ତୁ, ବିଜେପିରୁ କିଏ ହେବ ପ୍ରାର୍ଥୀ ଲାଗିରହିଛି ସସପେନସ । ଗତ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା। ତାଙ୍କୁ ପୁଣି ଦଳ ରିପିଟ କରିବ ନା ନୂଆ ଚେହେରାଙ୍କ ଉପରେ ଭରସା କରିବ ତା ଉପରେ ରହିଛି ନଜର। ନୂଆପଡ଼ା ସିଟରେ ପୂର୍ବରୁ ବସନ୍ତଙ୍କ ଦବଦବା ରହିଆସିଛି । ନିଜେ ୨୦୧୪ରୁ ୨୦୧୯ ଯାଏଁ ନୂଆପଡ଼ାର ବିଧାୟକ ଥିଲେ ବସନ୍ତ । ୨୦୧୯ରେ କଳାହାଣ୍ଡିର ସାଂସଦ ହୋଇଥିଲେ । ଏଣୁ ଏଥର ବି ପ୍ରାର୍ଥୀ ଚୟନ ବେଳେ ବସନ୍ତଙ୍କ ପୁଅ ଅଭିନନ୍ଦଙ୍କୁ ମିଳିପାରେ ଅଗ୍ରାଧିକାର । ନୂଆପଡ଼ା ରାଜନୀତିରେ ବିଜେଡିର ରହିଛି ଦବଦବା। ଗତ ୪ଟି ନିର୍ବାଚନରେ ୩ଥର ବିଜେଡି ବିଜୟୀ ହୋଇଥିଲା। କେବଳ ୨୦୧୪ରେ ବିଜେପି ଦଖଲକୁ ଯାଇଥିଲା ନୂଆପଡ଼ା ।୨୦୨୪ ନିର୍ବାଚନରେ ବିଜେଡିର ରାଜେନ୍ଦ୍ର ଢୋଲାକିଆ ୬୧ହଜାର ୮୨୨ ଖଣ୍ଡ ଭୋଟ ପାଇଥିଲେ। ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୫୦ହଜାର ୯୪୧ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କୁ ମିଳିଥିଲା ୪୪ହଜାର ୮୧୪ ଭୋଟ। କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ପାଇଥିଲେ ୧୫ହଜାର ୫୦୧ ଭୋଟ। ୧୦ହଜାର ୮୮୧ ଭୋଟ ବ୍ୟବଧାନରେ ବାଜି ମାରିଥିଲା ବିଜେଡି। ୨୦୧୯ ନିର୍ବାଚନରେ କଂଗ୍ରେସର ଘାସିରାମ ମାଝୀଙ୍କୁ ୨୦ହଜାର ୩୩୦ ଭୋଟରେ ପରାସ୍ତ କରିଥିଲେ ବିଜେଡିର ରାଜେନ୍ଦ୍ର ଢୋଲାକିଆ। ତୃତୀୟ ସ୍ଥାନରେ ରହିଥିଲେ ବିଜେପିର ହୋମ ସିଂ ମାଝୀ । ଗତ ୨ଟି ନିର୍ବାଚନରେ ବିଜେପି ତୃତୀୟ ସ୍ଥାନରେ ରହିଛି। ତେବେ ନୂଆପଡ଼ା ଉପନିର୍ବାଚନ ତିନି ଦଳଙ୍କ ପାଇଁ ସମ୍ମାନର ପ୍ରଶ୍ନ ରହିଛି। nuapadaswadhikarswadhikar news Share