Odia News Portal

ସାଇବର ଠକାମୀର ଶୀକାର ହେଲେ ଓକାକ୍ ମୁଖ୍ୟ

ଭୁବନେଶ୍ୱର: ଓକାକ୍ ର ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ ହୋଇଛି । କେବଳ ହ୍ୟାକ୍ ହୋଇନାହିଁ ୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ମଧ୍ୟ ହୋଇଛି । ଗତକାଲି ଅଜଣା ନମ୍ବରରୁ କଲ୍ ଆସିବା ପରେ ହ୍ୟାକ୍ ହୋଇଥିବା ଅଭିଯୋଗ ହୋଇଛି ।

ପ୍ରଥମେ ଫୋନ୍ ହ୍ୟାକ୍ ଏବଂ ପରେ ଦୁବୃର୍ତ୍ତ ମନୋଜଙ୍କ ନାଁ ନେଇ ତାଙ୍କ ବନ୍ଧୁ ଓ କିଛି ସଂପର୍କୀୟଙ୍କୁ ଟଙ୍କା ମାଗିଥବା ଅଭିଯୋଗ ହୋଇଛି । ମନୋଜଙ୍କ ଜଣାଶୁଣା ୫ ଜଣ ଲୋକ ମଧ୍ୟ କୌଣସି ଅସୁବିଧାରେ ପଡ଼ିଥିବା ଭାବି ମିଶି ୭ ଲକ୍ଷ ଟଙ୍କା ଦେଇଥିବା ସୁଚନା ମିଳିଛି ।

ଏହି ଘଟଣାକୁ ନେଇ ସହିଦନଗର ଥାନାରେ ଏତଲା ମଧ୍ୟ ଦେଇଛନ୍ତି ମନୋଜ ପଟ୍ଟନାୟକ । ସୁଚନା ଅନୁସାରେ ରାଜ୍ୟରେ ଧିରେ ଧିରେ ସାଇବର ଠକେଇ ବଢିଚାଲୁଥିବା ବେଳେ ଏହା ଦ୍ୱାରା ଶିକାର ହେଉଛନ୍ତି କିଛି ସାଧାରଣ ଲୋକ । ସାଇବର କେୟାରରେ ଅଭିଯୋଗ କଲେ ମଧ୍ୟ କିଛି ସମସ୍ୟା ର ସମାଧାନ ହେଉପାରୁନାହିଁ । ଯାହା ବର୍ତ୍ତମାନ ମୁଣ୍ଡବିନ୍ଧାର କାରଣ ସାଜିଛି ।