Odia News Portal

ଓଡ଼ିଶା କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନ ବ୍ୟାପକ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି। ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଅଫିସ୍ ଭିତରେ ଥିବା ଚେୟାର, ଟେବୁଲ, ଆସବାବପତ୍ର ଭାଙ୍ଗି ଦିଆଯାଇଛି। । ଭଙ୍ଗାରୁଜା ପରେ ଘଟଣାସ୍ଥଳରୁ ଯୁବକମାନେ ଚମ୍ପଟ ମାରିଛନ୍ତି।ତେବେ ଏହି ଭଙ୍ଗାରୁଜାରେ କିଏ ସାମିଲ ? କାହିଁକି ଏଭଳି ଭଙ୍ଗାରୁଜା ହେଲା ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନି। ଗତ ୨୦୧୯ ନିର୍ବାଚନ ବେଳେ ବି ପ୍ରାର୍ଥୀଙ୍କ ଟିକେଟ୍ ବଣ୍ଟାକୁ ନେଇ ଅସନ୍ତୁଷ୍ଟ ନେତା କଂଗ୍ରେସ ଭବନରେ ଭଙ୍ଗାରୁଜା କରିଥିଲେ। ଏବେ ପୁଣି ଥରେ ପିସିସି ଅଫିସ୍‌ରେ ଏଭଳି ଘଟଣା ଘଟିଛି।