Odia News Portal

ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ,ବଦଳିଲେ ୧୩ ଜିଲ୍ଲାର ଏସ୍‌ପି

ଆଇପିଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ । ୨୨ ଆଇପିଏସ୍‌ ଅଧିକାରୀଙ୍କ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ପରୀ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚାରେ ରହିଥିବା ନୟାଗଡ଼ ଏସପି ପ୍ରତ୍ୟୁଷ ଦିବକାରଙ୍କୁ ମଧ୍ୟ ବଦଳି କରାଯାଇଛି । ତାଙ୍କୁ ପୋଲିିସ ମୁଖ୍ୟାଳୟରେ ଏଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କ ସ୍ଥାନରେ ତାଳଚେର ଏସଡିପିଓ ସିଦ୍ଧାର୍ଥ କତାରିଆଙ୍କୁ ନୟାଗଡ ଏସପି ଭାବେ ଦାୟିତ୍ୱ ମିଳିଛି | ନରସିଂହ ଭୋଳଙ୍କୁ ସମ୍ବଲପୁର ଆଇଜିପି ଭାବେ ବଦଳି କରାଯାଇଛି |

ସେହିପରି ଭଦ୍ରକ ଏସପି ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ କୋରାପୁଟ ଡିଆଇଜି ଭାବେ ବଦଳି କରାଯାଇଛି | ଟେକ୍ନିକାଲ ଡିଆଇଜି ଭାବେ ସଫିନ ଅହମ୍ମଦ କେଙ୍କୁ ଅବସ୍ଥାପିତ କରାଯାଇଛି | ସିଆଇଡି ସିବି ଏସପି ଥିବା ଡ. ସାର୍ଥକ ଷଢ଼ଙ୍ଗୀଙ୍କୁ ଅନୁଗୁଳ ଡିଆଇଜି ଭାବେ ବଦଳି କରାଯାଇଛି |ସେହିଭଳି ଅବିନାଶ କୁମାରଙ୍କୁ ଏସ୍ଏପି ଡିଆଇଜି ଭାବେ ଓ କେନ୍ଦ୍ରାପଡା ଏସପି ଥିବା ନୀତିଶେଖରଙ୍କୁ ପରିବହନ ବିଭାଗର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି |

ଏହାବ୍ୟତୀତ କଳାହାଣ୍ଡି ଏସପି ବି ଗଙ୍ଗାଧରଙ୍କୁ ସମ୍ବଲପୁର ଏସପି, ଯାଜପୁର ଏସପି ଚରଣ ସିଂ ମୀନାଙ୍କୁ ଭଦ୍ରକ ଏସପି, ରାଉରକେଲା ଏସପି କେ ଶିବାମଣିଙ୍କୁ ଢ଼େଙ୍କାନାଳ ଏସପି, ଝାରସୁଗୁଡା ଏସପି ରାହୁଲ ପିଆରଙ୍କୁ ଯାଜପୁର ଏସପି, ବଲାଙ୍ଗୀର ଏସପି ମଦକର ସନ୍ଦିପ ସମ୍ପଦଙ୍କୁ କେନ୍ଦ୍ରାପଡା ଏସପି, କୋରାପୁଟ ଏସପି ମୁକେଶ କୁମାର ଭାମୋଙ୍କୁ ରାଉରକେଲା ଏସପି, ରାୟଗଡା ଏସପି ଶ୍ରବଣ ବିବେକ ଏମଙ୍କୁ କଳାହାଣ୍ଡି ଏସପି, ନବରଙ୍ଗପୁର ଏସପି କୁଳଶୀଖର ନିତିନ ଡାଗୁଡୁଙ୍କୁ ବଲାଙ୍ଗୀର ଏସପି, ଏଆଇଜି ହେଡକ୍ୱାର୍ଟର ଥିବା ବିବେକାନନ୍ଦ ଶର୍ମାଙ୍କୁ ରାୟଗଡା ଏସପି ଭାବେ ବଦଳି କରାଯାଇଛି |

ଅନ୍ୟପଟେ ଜୟପୁର ଏସଡିପିଓ ବରୁଣ ଗୁଣ୍ଟୁପାଲିଙ୍କୁ କୋରାପୁଟ ଏସପି, ତାଳଚେର ଏସଡିପିଓ ସିଦ୍ଧାର୍ଥ କତାରିଆଙ୍କୁ ନୟାଗଡ ଏସପି ଭାବେ ଦାୟିତ୍ୱ ମିଳିଛି | ମାଲକାନଗିରି ଏସଡିପିଓ ପ୍ରହଲ୍ଲାଦ ସହାଇ ମୀନାଙ୍କୁ ନବରଙ୍ଗପୁର ଏସପି ଭାବେ ନିଯୁକ୍ତି ମିଳିଛି | ସେହିପରି ପୁରୀ ହାଜତ ମୃତ୍ୟୁ ମାମଲାରେ ବିବାଦୀୟ ହୋଇ ହେଡକ୍ୱାର୍ଟରକୁ ବଦଳି ହୋଇଥିବା ଆଇପିଏସ ଅଖିଳେଶ୍ୱର ସିଂଙ୍କୁ ନୂଆ ଦାୟିତ୍ୱ ମିଳିଛି | ତାଙ୍କୁ ଏସ୍ଓଜି କମାଣ୍ଡାଣ୍ଟ ଭାବେ ନିଯୁକ୍ତି ମିଳିଛି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇପିଏସ୍ ସତ୍ୟଜିତ ନାୟକଙ୍କୁ କମ୍ପ୍ୟୁଟର ଏସପି ଏବଂ ଓପିଏସ୍ ଅତ୍ଧକାରୀ ବିକାଶ ଚନ୍ଦ୍ର ଦାସଙ୍କୁ ଝାରସୁଗୁଡା ଏସପି ଭାବେ ଦାୟିତ୍ୱ ମିିଳିଛି ରାଜ୍ୟ ସରକାରଙ୍କ ତରଫରୁ ଏନେଇ ସୂଚନା ପ୍ରଦାନ କରାଯାଇଛି |