ତାତିରେ ସିଝୁଛି ସାରା ଓଡ଼ିଶା । ଆଜି ଝାରସୁଗୁଡାରେ ସର୍ବାଧିକ ୪୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ସର୍ବନିମ୍ନ ତାପମାତ୍ରା ଜଗତସିଂହପୁରରେ ୨୩ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତାକାଲି ଗ୍ରୀଷ୍ଣ ପ୍ରବାହ ନେଇ ଝାରସୁଗୁଡା, ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ନୟାଗଡ, ସୁବର୍ଣ୍ଣପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପୂର୍ବାହ୍ଣରେ ତାତି ଆଉ ଅପରାହ୍ଣରେ କାଳବୈଶାଖୀ ଯୋଗୁ ଗରମରୁ ସାମାନ୍ୟ ଆଶ୍ବସ୍ତି ପାଉଛନ୍ତି ଲୋକେ ।
ଆଜି ମୟୂରଭଞ୍ଜ, ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ନେଇ ଆଶଙ୍କା ରହିଛି । ଆସନ୍ତାକାଲି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଆଦି ୨୦ଟି ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ୧୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ଜିଲ୍ଲାରେ ଘଡଘଡି ସବ ବର୍ଷା ସମ୍ଭାବନା ରହିଛି ।
