Odia News Portal

ଓଡ଼ିଶାରେ ୪ରୁ ୫ ଦିନରେ ଲାଗୁ ହେବ ଡେ କର୍ଫ୍ୟୁ !

ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ଏଭଳି ସଂକେତ ଦେଇଛନ୍ତି ବାଚସ୍ପତି ।

ଭୁବନେଶ୍ବର: ଓଡ଼ିଶାରେ ଲାଗୁ ହୋଇପାରେ ଦିନ କର୍ଫ୍ୟୁ। ଆଗାମୀ ୪ରୁ ୫ ଦିନ ମଧ୍ୟରେ ଲାଗୁ ହୋଇପାରେ ଦିନ କର୍ଫ୍ୟୁ । କରୋନା ସଂକ୍ରମଣ ବଢୁଥିବା ସମୟରେ କିଛି ଏଭଳି ସଂକେତ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଏନେଇ ତର୍ଜମା କରୁଛନ୍ତି ବୋଲି କହିଛନ୍ତି ବାଚସ୍ପତି ।ଦୈନିକ ରାଜ୍ୟରୁ ୪୦୦ରୁ ଅଧିକ ମାମଲା ସାମ୍ନାକୁ ଆସୁଛି ।

ଏପରିକି ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଯାହା ୫ ତାରିଖରୁ କାର୍ଯ୍ୟକ୍ଷମ ହେବ । ଏପରିକି ରାଜ୍ୟରେ ଡେ କର୍ଫ୍ୟୁ ମଧ୍ୟ ଲାଗୁ ହୋଇପାରେ । ଦିନ ବେଳା କଟକଣାକୁ ଆହୁରି କଡାକଡି କରାଯିବ । ସଂକ୍ରମଣ ଯେଉଁ ସ୍ଥାନରେ ବଢୁଛି ସେଠାରେ କର୍ଫ୍ୟୁ ଲାଗୁ ହେବାନେଇ ବିଚାର ଚାଲିଛି । ଏନେଇ ରାଜ୍ୟ ସରକାର ଅନୁଧ୍ୟାନ କରୁଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।