Odia News Portal

ପୁଣି ବଢିଲା ସଂକ୍ରମଣ: ଦିନକରେ ୧୦୯୮୨ ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ୧୧ତାରିଖ ସଂକ୍ରମଣ ମାତ୍ରା ସାମାନ୍ୟ କମିଥିବା ସମୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୦୯୮୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୬୫୬୪୮ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮୩୩ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୬୧୪୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୩୯ଜଣ, ଅନୁଗୁଳ ଜିଲ୍ଲାରୁ ୫୩୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୨୬ଜଣ, ବୌଦ୍ଧ ଜିଲ୍ଲାରୁ ୧୮୦ଜଣ, କଟକ ଜିଲ୍ଲାରୁ ୮୮୫ଜଣ, ଦେଓଗଡ଼ ଜିଲ୍ଲାରୁ ୧୨୭ଜଣ, ବାଲେଶ୍ୱର ଜିଲ୍ଲାରୁ ୩୦୩ଜଣ, ବରଗଡ଼ ଜିଲ୍ଲାରୁ ୪୩୧ଜଣ, ଭଦ୍ରକ ଜିଲ୍ଲାରୁ ୨୩୧ଜଣ,ଗଞ୍ଜାମ ଜିଲ୍ଲାରୁ ୧୭୭ଜଣ, ଜଗତସିଂହପୁର ଜିଲ୍ଲାରୁ ୨୩୨ଜଣ, ଯାଜପୁର ଜିଲ୍ଲାରୁ ୩୪୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୮୦ଜଣ, କଳାହାଣ୍ଡି ଜିଲ୍ଲାରୁ ୩୭୦ଜଣ, କନ୍ଧମାଳ ଜିଲ୍ଲାରୁ ୧୩୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୩୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୩୫ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ନୟାଗଡ଼ ଜିଲ୍ଲାରୁ ୧୯୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୮୯ଜଣ, ଗଜପତି ଜିଲ୍ଲାରୁ ୧୧୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୧ଜଣ, କେନ୍ଦୁଝର ଜିଲ୍ଲାରୁ ୨୫୩ଜଣ, କୋରାପୁଟ ଜିଲ୍ଲାରୁ ୧୯୫ଜଣ,ସମ୍ବଲପୁର ଜିଲ୍ଲାରୁ ୪୫୪ଜଣ, ସୋନପୁର ଜିଲ୍ଲାରୁ ୨୧୫ଜଣ, ମାଲକାନଗିରି ଜିଲ୍ଲାରୁ ୭୧ଜଣ, ନୂଆପଡ଼ା ଜିଲ୍ଲାରୁ ୩୭୮ଜଣ, ପୁରୀ ଜିଲ୍ଲାରୁ ୩୯୮ଜଣ, ରାୟଗଡା ଜିଲ୍ଲାରୁ ୨୧୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୬୪ଜଣ, ଷ୍ଟେଟ ପୁଲ୍‌ରୁ ୩୩୨ଜଣ ରହିଛନ୍ତି ।