Odia News Portal

ଓଡ଼ିଶାରେ ସାଙ୍ଘାତିକ ଅବସ୍ଥା: ଗୋଟିଏ ଦିନରେ ସଂକ୍ରମିତ ୧୦୦୦ ପାର୍

* ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨୨୪ ଜଣ ଚିହ୍ନଟ ।
*ମାଡ଼ି ଆସୁଛି ଲକଡାଉନ୍ ଓ ନାଇଟ କର୍ଫ୍ୟୁ ଭଳି କଟକଣା ।

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୮୨ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୬୮୦୮ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୨୭ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୭୫୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ତେବେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦, ବରଗଡରୁ ୮୪, ବଲାଙ୍ଗୀରରୁ ୪୫, ଯାଜପୁରରୁ ୨୬, ଝାରସୁଗୁଡାରୁ ୩୬, କଳାହାଣ୍ଡିରୁ ୧୦୮, କନ୍ଧମାଳରୁ ୭,ଖୋର୍ଧାରୁ ୧୯୨, କୋରାପୁଟରୁ ୮, ମୟୂରଭଞ୍ଜରୁ ୫୨, ନବରଙ୍ଗପୁରରୁ ୨୭, ନୟାଗଡରୁ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କଟକରୁ ୬୩, ଦେବଗଡରୁ ୩, ଢେଙ୍କାନାଳରୁ ୨, ଗଜପତିରୁ ୧, ଗଞ୍ଜାମରୁ ୩୨, ଜଗତସିଂହପୁରରୁ ୩, କେନ୍ଦ୍ରାପଡାରୁ ୬, କେନ୍ଦୁଝରରୁ ୬, ନୂଆପଡାରୁ ୮୨, ପୁରୀରୁ ୨୮, ରାୟଗଡାରୁ ୧୫, ସମ୍ବଲପୁରରୁ ୮୨, ସୋନପୁରରୁ ୧୨ ଓ ସୁନ୍ଦରଗଡରୁ ୨୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୬୮୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୯୪୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୮୮୯୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।