Odia News Portal

ରାଜ୍ୟରେ କରୋନା ନେଲା ଆଉ ୪ ମୁଣ୍ଡ,ମୃତ୍ୟୁ ସଂଖ୍ୟା ୧୮୨୯କୁ ବୃଦ୍ଧି

ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୩୫୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କ ଜୀବନ ନେଇଛି ମହାମାରୀ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୨୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।

ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ଜଣେ ୬୧ ବର୍ଷୀୟ ବ୍ୟକ୍ତି ଅଛନ୍ତି । ସେ କରୋନାରେ ଆକ୍ରାନ୍ତ ହେବା ସହ ଉଚ୍ଚ ରକ୍ତଚାପ ଏକଂ କିଡନୀ ଜନିତ ରୋଗରେ ପୀଡିତ ଥିଲେ। ସେହିପରି ଜଗତସିଂହପୁର ଜିଲ୍ଲାରୁ ଜଣେ ୭୧ ବର୍ଷୀୟ ବୃଦ୍ଧ କରୋନାରେ ମୃତ୍ୟୁବରଣ କରିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୨୫୫୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୦୩୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୨୦୫୮୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି କରୋନାରେ ୧୮୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୬୫୩୬୨୧୨ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।