Odia News Portal

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୬୪ କରୋନା ଆକ୍ରାନ୍ତ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬୪ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୧୦ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ୧୫୪ ସ୍ଥାନୀୟ ବାସିନ୍ଦା ରହିଛନ୍ତି | ଏ ସମ୍ପର୍କରେ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ଜିଲ୍ଲା ସହିତ ଷ୍ଟେଟ୍‌ ପୁଲ୍‌ରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୬୪ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ଜିଲ୍ଲାରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୨,    ବରଗଡ଼ରୁ ୧୬ , ଭଦ୍ରକରୁ ୧୩  , ବଲାଙ୍ଗିରରୁ  ୨୨, କଟକରୁ୨୨ , ଗଞ୍ଜାମରୁ ୭, ଗଜପତିରୁ ୨  ଆକ୍ରାନ୍ତ ଚିହ୍ନଟ ହୋଇଛି।  ଜଗତସିଂହପୁରରୁ ୪ , ଯାଜପୁରରୁ ୮ , ଝାରସୁଗୁଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୫, କେନ୍ଦ୍ରାପଡ଼ାରୁ ୧୨, କେନ୍ଦୁଝରରୁ ୧୩, କୋରାପୁଟରୁ ୩ , ମୟୂରଭଞ୍ଜରୁ ୨୬ , ନବରଙ୍ଗପୁରରୁ ୯  , ନୟାଗଡ଼ରୁ ଜଣେ , ନୂଆପଡ଼ାରୁ ୧୧ , ପୁରୀରେ ୧୧ , ରାୟଗଡ଼ାରୁ ଜଣେ,  ସମ୍ବଲପୁରରେ ୧୫ ଓ ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଷ୍ଟେଟ୍‌ ପୁଲ୍‌ରୁ  ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ଦେବଗଡ଼ରୁ , ଢେଙ୍କାନାଳ, କନ୍ଧମାଳରେ, ମାଲକାନଗିରି ସମେତ ୫ ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୩,୨୭,୨୭୯ ହୋଇଥିବାବେଳେ ସୁସ୍ଥ ସଂଖ୍ୟା ୩,୨୩,୪୪୪ ପହଞ୍ଚିଛି। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୩୦୩୬ ଜଣ ଅଛନ୍ତି।