Odia News Portal

ବେଲଗାମ୍ କରୋନାସ୍ଥିତି: ୨୪ ଘଣ୍ଟାରେ ୬୦୭୩ ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୭୩ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୦୧୨୯ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୫୧ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୩୫୨୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୨୩୯ଜଣ, କଟକ ଜିଲ୍ଲାରୁ ୧୯୮ଜଣ, ଦେଓଗଡ଼ ଜିଲ୍ଲାରୁ ୩୬ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୨ଜଣ, ଗଜପତି ଜିଲ୍ଲାରୁ ୭୯ଜଣ, କନ୍ଧମାଳ ଜିଲ୍ଲାରୁ ୩୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୬୪ଜଣ, କେନ୍ଦୁଝର ଜିଲ୍ଲାରୁ ୨୬୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୦୯୨ଜଣ, କୋରାପୁଟ ଜିଲ୍ଲାରୁ ୭୬ଜଣ, ଗଞ୍ଜାମ ଜିଲ୍ଲାରୁ ୨୦୯ଜଣ, ଜଗତସିଂହପୁର ଜିଲ୍ଲାରୁ ୬୨ଜଣ, ବାଲେଶ୍ୱର ଜିଲ୍ଲାରୁ ୭୮ଜଣ, ବରଗଡ଼ ଜିଲ୍ଲାରୁ ୨୮୬ଜଣ, ଭଦ୍ରକ ଜିଲ୍ଲାରୁ ୬୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୫୭ ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ବୌଦ୍ଧ ଜିଲ୍ଲାରୁ ୬୪ଜଣ, ଯାଜପୁର ଜିଲ୍ଲାରୁ ୧୦୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୫୯ଜଣ, କଳାହାଣ୍ଡି ଜିଲ୍ଲାରୁ ୨୭୭ଜଣ, ମାଲକାନଗିରି ଜିଲ୍ଲାରୁ ୨୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୪୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୦୬ଜଣ, ନୟାଗଡ଼ ଜିଲ୍ଲାରୁ ୧୧୦ଜଣ, ନୂଆପଡ଼ା ଜିଲ୍ଲାରୁ ୪୦୦ଜଣ, ପୁରୀ ଜିଲ୍ଲାରୁ ୨୨୬ଜଣ, ରାୟଗଡ଼ା ଜିଲ୍ଲାରୁ ୭୭ଜଣ, ସମ୍ବଲପୁର ଜିଲ୍ଲାରୁ ୧୫୮ଜଣ, ସୋନପୁର ଜିଲ୍ଲାରୁ ୭୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩୭୧ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୧୩ଜଣ ରହିଛନ୍ତି ।