Odia News Portal

ରାଜ୍ୟରୁ ଆଜି ୮୩୯୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ସାମାନ୍ୟ ଅବସ୍ଥାକୁ ଫେରୁଛି ସଂକ୍ରମଣର ଟ୍ରାକ ।ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୮୨୧୩୧ ରେ ପହଞ୍ଚିଛି ।ଆଜିର ସଂକ୍ରମିତଙ୍କ ମଧ୍ୟରୁ ୪୭୪୧ ଜଣ କ୍ୱାରେଣ୍ଟାଇନରେ ରହିଥିବା ସମୟରେ ୩୬୫୮ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୧୦୨, ଅନୁଗୁଳ ଜିଲ୍ଲାରୁ ୪୬୮, ବଲାଙ୍ଗୀରରୁ ୧୧୬, ବୌଦ୍ଧରୁ ୧୬୬, କଟକରୁ ୭୬୬, ଦେବଗଡରୁ ୮୧, ଢେଙ୍କାନାଳରୁ ୪୫୧, ହଜପତିରୁ ୮୦, ଗଞ୍ଜାମରୁ ୬୫, ଜଗତସିଂହପୁରରୁ ୨୬୯, ଯାଯପୁରରୁ ୫୧୪, ଝାରସୁଗୁଡାରୁ ୫୩, କଳାହାଣ୍ଡିରୁ ୧୯୦, କନ୍ଧମାଳରୁ ୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କେନ୍ଦ୍ରାପଡାରୁ ୨୧୦, ବାଲେଶ୍ୱରରୁ ୨୪୦, ଭଦ୍ରକରୁ ୧୪୭, କେନ୍ଦୁଝରରୁ ୧୮୬, ଖୋର୍ଦ୍ଧାରୁ ୧୧୦୨, କୋରାପୁଟରୁ ୧୭୮, ମାଲକାନଗିରିରୁ ୧୨୮, ମୟରୁଭଞ୍ଜରୁ ୪୫୮, ନବରଙ୍ଗପୁରରୁ ୨୦୦, ନୟାଗଡରୁ ୨୨୩, ନୂଆପାଡରୁ ୩୪, ପୁରୀରୁ ୪୭୫, ରାୟଗଡାରୁ ୨୯୨, ସମ୍ୱଲପୁରରୁ ୧୯୧, ସୋନପୁରରୁ ୧୪୩, ସୁନ୍ଦରଗଡରୁ ୪୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।