Odia News Portal

ଥରିଲାଣି ଓଡ଼ିଶା

ଭୁବନେଶ୍ୱର : ଧିରେ ଧିରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ରାଜ୍ୟର ୬ଟି ସହରରର ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୯.୫ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠାରୁ ଥଣ୍ଡା ସହର ହୋଇଛି । ସେହିପରି କୋରାପୁଟରେ ୧୨.୨, ଫୁଲବାଣୀରେ ୧୨.୬, କେନ୍ଦୁଝରରେ ୧୪.୨ ଡିଗ୍ରୀ, ଟିଟିଲାଗଡ଼ରେ ୧୪.୩, ଝାରସୁଗୁଡ଼ାରେ ରାତ୍ରି ତାପମାତ୍ରା ୧୪.୬ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ସହିତ ଭୁବନେଶ୍ୱରରେ ୧୭ ଓ କଟକର ରାତ୍ରି ତାପମାତ୍ରା ୧୮ ଡିଗ୍ରୀ ରେକର୍ଡ କରାଯାଇଛି ।

ଦକ୍ଷିଣ ଆରବସାଗରରେ ବର୍ତ୍ତମାନ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାକୁ ଥିବାବେଳେ ଉପରୋକ୍ତ ଘୁର୍ଣ୍ଣିବଳୟ ସହ ମିଶି ଏହା ଅଧିକ ବଳଶାଳୀ ହେବା ସମ୍ଭାବନା ରହିଛି । ଫଳରେ ଚେନ୍ନାଇ, ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଭାରି ବର୍ଷା ହେବ । ଏହାର ପ୍ରଭାବରେ ଭୁବନେଶ୍ୱର, ଗୋପାଳପୁର, ପୁରୀ, ପାରାଦୀପ ଓ ଅନ୍ୟ ସମୁଦ୍ର ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ୱର ଓ ଉପକୂଳ ଅଞ୍ଚଳରେ ଆସନ୍ତା ୧୩ ତାରିଖ ଯାଏ ପାଗ କୋହଲା ରହିବା ସହ ପ୍ରବଳ କୁହୁଡ଼ି ହେବା ନେଇ ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ।