Odia News Portal

ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରନ୍ତ ଚିହ୍ନଟ

ଓଡିଶାକୁ ଡରାଉଛି ଓମିକ୍ରନ ।ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରନ୍ତ ଚିହ୍ନଟ । ମୋଟ ସଂକ୍ରମିତ ୯ କୁ ବୃଦ୍ଧି । ଆକ୍ରାନ୍ତ ଜଣକ ୟୁଏଇରୁ ଫେରିଥିଲେ । ତାଙ୍କ ବୟସ ୩୧ ବର୍ଷ ହେବ ବୋଲି କୁହାଯାଉଛି । ସେ ଦୁବାଇରୁ କୋଲକାତା ଆସିଥିଲେ । ସେଠାରୁ ଟ୍ରେନ ଯୋଗେ କେନ୍ଦୁଝର ବଡ଼ବିଲ ଆସିଥିଲେ ।
ସେ କେନ୍ଦୁଝରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବ୍ୟକ୍ତି ଜଣଙ୍କ ଆସିବା ବେଳେ କରୋନା ନେଗେଟିଭ ଥିଲେ, ଘରେ ପହଞ୍ଚିବାର ଦିନକ ପରେ ତାଙ୍କୁ ଜ୍ୱର ହୋଇଥିଲା । ଟେଷ୍ଟ କରିବା ପରେ ଓମିକ୍ରନ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ତାଙ୍କ ବାପା ଓ ମା ଆସିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।