Odia News Portal

ଓଡିଶାରେ ଚିହ୍ନଟ ହେଲେ ଆଉ ୫ ଓମିକ୍ରନ ଆକ୍ରାନ୍ତ

ରାଜ୍ୟରେ ଓମିକ୍ରନ ଆତଙ୍କ ବଢି ବଢି ଚାଲିଛି । ଆଜି ଆଉ ପାଞ୍ଚଜଣ ଓମିକ୍ରନ ପଜିଟିଭ୍ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ଗତ ୨୧ ତାରିଖରେ ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଓମିକ୍ରନ ଚିହ୍ନଟ ସଂପର୍କରେ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଦଶଦିନରେ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ନେଇ ଉଦବେଗ ପ୍ରକାଶ ପାଇଛି ।
ସଂମଗ୍ର ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯୬୧ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ ୨୬୩ ଓମିକ୍ରନ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୨୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ମୋଟ କୋଭିଡ ଆକ୍ରାନ୍ତଙ୍କ ୪୬ ପ୍ରତିଶତ ହେଉଛନ୍ତି ଓମିକ୍ରନ ।
ଅନ୍ୟପକ୍ଷରେ ଦେଶରେ ଓମିକ୍ରନ ସଂକ୍ରମଣ ଦ୍ରୁତ ବେଗରେ ବଢୁଥିବାରୁ କେନ୍ଦ୍ର ସରକାର ଆଠଟି ରାଜ୍ୟକୁ ଚିଠି ଲେଖି ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଏହିସବୁ ରାଜ୍ୟଗୁଡିକ ହେଲେ, ଦିଲ୍ଲୀ, ତାମିଲନାଡୁ, ହରିୟାନା, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଓ ଝାଡଖଣ୍ଡ ।