Odia News Portal

ଗୋଟିଏ କ୍ଲିକରେ ପଢନ୍ତୁ ୧୭ଟି ବଡ଼ ଖବର

୧-ଅଗଷ୍ଟରେ ୨୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା; ଚାଷ ପାଇଁ ବିପଦଘଣ୍ଟି, ମରୁଡ଼ି ଜଳଜଳ

୨-ଗାନ୍ଧୀନଗର *ଡିଏସପି ପୁଅକୁ ସାଲ୍ୟୁଟ କଲା ଏଏସଆଇ ମାଆ, ସୋସିଆଲ ମିଡିଆରେ ଛୁଟୁଛି ଅଭିନନ୍ଦନ ।

୩-ଓଡି଼ଶାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପାୱାର-ସୋ । ଜନ ଆର୍ଶୀବାଦ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର କହିଲେ, ବକୁଳ ବନ ଆସିବାକୁ ପ୍ରଧାନମନ୍ତ୍ରୀଙ୍କୁ କରିବେ ନିମନ୍ତ୍ରଣ । ସେପଟେ ଟ୍ରେନରେ ବୁଲି ଲୋକଙ୍କ ସହ କଥା ହେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

୪-ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ରରେ ନୂଆ ଏମଆରଆଇ ଓ ସିଟି ସ୍କାନ୍ ମେସିନ ଉଦଘାଟିତ ।

୫- ଓଡି଼ଶାରେ ଆରମ୍ଭ ହେଲା ସ୍ମାର୍ଟ ହେଲଥ କାର୍ଡ ଯୋଜନା, ୯୬ ଲକ୍ଷ ପରିବାରକୁ ମାଗଣାରେ ମିଳିବ ସ୍ୱାସ୍ଥ୍ୟ ସେବା । ନବୀନ କହିଲେ, ସମସ୍ତଙ୍କ ଜୀବନ ମୂଲ୍ୟବାନ । 

୬-ଏହି କାର୍ଡରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ଓ ମା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଏଭଳି ସୁବିଧା ଦେବା ରେ ସାରା ଦେଶରେ ଓଡିଶା ପ୍ରଥମ ।ଶୁକ୍ରି ଧାଙ୍ଗଡା ମାଝିଙ୍କୁ ପ୍ରଥମ ସ୍ମାର୍ଟ କାର୍ଡ .

୭-ବାଣପୁର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟଣା; ମୃତକଙ୍କ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୮-ଟେସ୍ଲା ଲଞ୍ଚ କରିବ ହ୍ୟୁମନ ରୋବଟ ଯିଏ ଦୋକାନରୁ ଆଣିବ ସଉଦା ।

୯-ତାଲିବାନ ବିରୋଧରେ ମୋଦୀଙ୍କ ପ୍ରଥମ ବୟାନ । ଗୁଜୁରାଟ ସୋମନାଥ ମନ୍ଦିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପରୋକ୍ଷରେ କହିଲେ ‘ଆତଙ୍କର ସାମ୍ରାଜ୍ୟ କ୍ଷଣସ୍ଥାୟୀ’ ।

୧୦-ଶ୍ରୀଲଙ୍କାରେ କମୁନି ସଂକ୍ରମଣ, ଅଗଷ୍ଟ ୩୦ ଯାଏଁ ଲକଡାଉନ୍ ଘୋଷଣା କଲେ ରାଷ୍ଟ୍ରପତି ।

୧୧-ଜାଇଡସ୍ କାଡିଲା ଟିକାକୁ ଅନୁମତି – ୧୨ରୁ ୧୮ ବର୍ଷର ପିଲା ପାଇବେ ଟିକା ।

୧୨-ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ବଡ ସ୍ୱୀକୃତି, କୋଭିଡ୍ କେୟାର ପରିଚାଳନାରେ ରାଜ୍ୟର ଏକ ମାତ୍ର ହେଲ୍‌ଥ୍ କେୟାର ଭାବେ ମିଳିଲା ଶ୍ରେୟ ।

୧୩-ମୋଦି ସରକାର ବିରୁଦ୍ଧରେ ଏକାଠି ହେଲେ ୧୯ଟି ଦଳ : ସୋନିଆ କହିଲେ, ‘୨୦୨୪ ନିର୍ବାଚନରେ କ୍ଷମତାରୁ ହଟିବ ବିଜେପି, ବ୍ୟବସ୍ଥିତ ଭାବେ ପ୍ରସ୍ତୁତ ହେବ ରଣନୀତି’ ।

୧୪-ଭୁବନେଶ୍ବର ଏମ୍ସ ଗବେଷକଙ୍କ ଦ୍ବାରା ନୂଆ ଫଙ୍ଗସ୍‌ ଆବିଷ୍କାର, ଅରୁଣାଲୋକେ ନାମରେ ନୂଆ ଫଙ୍ଗସ୍‌ ଆବିଷ୍କାର ।

୧୫-ତଦନ୍ତ ପାଇଁ ସକ୍ରିୟ ହେଲା ସିବିଆଇ, ପଶ୍ଚିମବଙ୍ଗ ଡିଜିପିଙ୍କୁ ମାଗିଲା ଦୁଷ୍କର୍ମ ଓ ହତ୍ୟା ସମ୍ପର୍କିତ ସମସ୍ତ ରିପୋର୍ଟ 

୧୬-ବିସିସିଆଇ ଏବଂ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ବୈଠକ: ଟି -୨୦ ବିଶ୍ୱକପ ସମ୍ପର୍କରେ ହେଲା ଆଲୋଚନା

୧୭-ପିଲାଙ୍କ ଉପରେ ପରୀକ୍ଷଣ ହେବ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ସିଙ୍ଗିଲ୍ ଡୋଜ୍ ଟିକା ।