Odia News Portal

ଓଡ଼ିଶାରେ ଏକକୋଟି ପାର କଲା ଟିକାଦାନ

ଭୁବନେଶ୍ୱର:ଟିକାକରଣ କ୍ଷେତ୍ରରେ ଓଡ଼ିଶାର ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାଦାନ ଅଭିଯାନରେ ଏ ପର୍ଯ୍ୟନ୍ତ ଏକ କୋଟି ପାନରୁ ଅଧିକ ଟିକା ଦେବାରେ ରାଜ୍ୟ ସଫଳତା ହାସଲ କରିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟସେବା କର୍ମଚାରୀ, ଆଗଧାଡିର କରୋନା ଯୋଦ୍ଧା ଏବଂ ୧୮ ବର୍ଷ ବୟସରୁ ଅଧିକ ନାଗରିକଙ୍କୁ ଟିକାଦାନ କରି ଓଡ଼ିଶା ଏହି ମାଇଲଖୁଣ୍ଟ ଅତିକ୍ରମ କରିଛି।