Odia News Portal

ଯୁବତୀଙ୍କୁ ପ୍ରେମ ନିବେଦନ କଲା, ପ୍ରତ୍ୟାଖ୍ୟାନ କରିବାରୁ ପର୍ଣ୍ଣ ସାଇଟରେ ନମ୍ବର ପକାଇଲା ପାଗଳ ପ୍ରେମିକ

ନୂଆଦିଲ୍ଲୀ: ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଯାଏ ତାହା ଜଣାପଡେନାହିଁ । ଆଉ ପ୍ରେମ ହେଲା ପରେ ମଣିଷ ଭୁଲଭାଲ କାମ କରି ବସିଥାଏ । ଯାହାର ଅନେକ ଜ୍ୱଳନ୍ତ ଉଦାହରଣ ମଧ୍ୟ ରହିଛି । ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଖବର । ଜଣେ ଯୁବକ ଘର ପାଖର ଜଣେ ଯୁବତୀଙ୍କ ପ୍ରେମରେ ପଡିଯାଇଥିଲେ । ଆଉ ତାଙ୍କୁ ବାରମ୍ବାର କରିଥିଲେ ପ୍ରେମ ନିବେଦନ । ଯୁବତୀ ଜଣକ ତାଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରିଥିଲେ । ଶେଷରେ ହତାସିଆ ପ୍ରେମିକ ଜଣକ ନମ୍ବର ଆଣି ଯୁବତୀଙ୍କୁ ସେକ୍ସ ଟଏ ପଠାଇଥିଲା । ଏଥିରେ ବିରକ୍ତ ହୋଇ ଯୁବକଙ୍କୁ ଗାଳି କରିଥିଲେ ଯୁବତୀ । ଯାହାଦ୍ୱାରା ପ୍ରେମିକର ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ଆଉ ଶେଷରେ ପର୍ଣ୍ଣ ସାଇଟରେ ପ୍ରେମିକାର ନମ୍ବରକୁ ପକାଇ ଦେଇଥିଲା । ବାରମ୍ବାର କଲ ଆସିଥିଲା ତାଙ୍କ ନିକଟକୁ । ଏନେଇ ଭଅିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।