Odia News Portal

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଅଡି ବସିଲେ ବିରୋଧୀ, ଚାଲିପାରିଲାନି ଗୃହକାର୍ଯ୍ୟ

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ଗୃହରେ SCB ତାତି । ଏସିସିବି ମେଡ଼ିକାଲରେ ଅଗ୍ନିକାଣ୍ଡ ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଘେରିଛନ୍ତି । ଗୃହରେ କଂଗ୍ରେସ ଓ ବିଜେଡି ପ୍ରତିବାଦ କରି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଅଚଳାବସ୍ଥାକୁ ଦୂର କରି ଗୃହକୁ ସ୍ୱାଭାବିକ ସ୍ତରକୁ ଆଣିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ।ଆଜି ବିଧାନସଭା ଗୃହ କାର୍ଯ୍ୟ ଆରମ୍ଭରୁ କଂଗ୍ରେସ ଏବଂ ବିଜେଡି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି SCB ଅଗ୍ନିକାଣ୍ଡ ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ବିଧାନସଭାରେ କଂଗ୍ରେସ ପକ୍ଷରୁ କଡା ଆଭିମୁଖ୍ୟ ପୋଷଣ କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଥିଲା । ଯେ ପଯ୍ୟର୍ନ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇନାହାନ୍ତି ସେ ପର୍ଯ୍ୟନ୍ତ କଂଗ୍ରେସର ପ୍ରତିବାଦ ଜାରି ରହିବ । SCB ରେ 13 ଜଣ ଜୀବନ ଦଗ୍ଧ ହେବା ଘଟଣା ଅତ୍ୟନ୍ତ ଦୁଃଖଦ, ଏ ମୃତ୍ୟୁ ପାଇଁ ସରକାର ଉତ୍ତର ଦାୟିତ୍ୱ ନିଅନ୍ତୁ ବୋଲି କହିଛି କଂଗ୍ରେସ ।ପୁନଃ ସାଢ଼େ ୧୧ ଟାରେ ଗୃହ ଆରମ୍ଭ ହୋଇଥିଲା । ବିରୋଧୀ ବିଜେଡିର ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବାବେଳେ କଂଗ୍ରେସ ସଦସ୍ୟମାନେ ନିଜ ସିଟରେ ଛିଡା ହୋଇ ପ୍ରତିବାଦ କରିଥିଲେ । ଶୂନ୍ୟକାଳରେ ଆଲୋଚନା ଜାରି ରହିଥିଲା ।ସରକାରୀ ଦଳର ସଦସ୍ୟମାନେ ଶୂନ୍ୟକାଳର ଆଲୋଚନାରେ ଭାଗ ନେଇ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଭାସ୍କର ମଢେଇ, ଦୁଷ୍ମନ୍ତ ସ୍ୱାଇଁ, ସନାତନ ବିଜୁଳି ଆଲୋଚନା ଜାରି ରଖିଥିଲେ ।ସେପଟେ ଗଣମାଧ୍ୟମ ଉପରେ ଦୋଷ ଲଦିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେତେବେଳେ ବିରୋଧୀ ଦଳ ଯାହା କରୁଥିଲା ଆପଣ ଗଣମାଧ୍ୟମ ଦେଖାଉଥିଲେ ହେଲେ ଏବେ ସରକାର ଯାହା କହୁଛନ୍ତି ତାହା ଦେଖାଉଛନ୍ତି, ହେଲେ ବିରୋଧୀଙ୍କୁ କାହିଁକି ଦେଖାଉ ନାହାଁନ୍ତି ବୋଲି ପ୍ରଶ୍ନ କଲେ ସଦକାରୀ ଦଳର ମୁଖ୍ୟ ସଚେତକ । “ଏ ସରକାରଙ୍କ ନୀତି ନୈତିକତା ନାହିଁ । ଯଦି ଥାଆନ୍ତା ତାହେଲେ କଟକ SCBରେ ୧୩ ଜଣ ଲୋକ ମୃତ୍ୟୁବରଣ କରିନଥାଆନ୍ତେ । ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦେବାରେ ଅସୁବିଧା କଣ । ମନ୍ତ୍ରୀ ତାଙ୍କ ନୀତି ନୈତିକତା ରଖନ୍ତୁ । ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ” ବୋଲି ପ୍ରମିଳା କହିଛନ୍ତି ।ଏହାରି ଭିତରେ ମୂଳ ପ୍ରଶ୍ନକର୍ତ୍ତା ବିଜେପି ବିଧାୟକ ଅମରେନ୍ଦ୍ର ଦାଶଙ୍କ ପ୍ରଶ୍ନ ଉପରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖୁଥିଲେ । ବିରୋଧୀଙ୍କ ହଟଗୋଳ ଯୋଗୁ ଗୃହ ବାଧାପ୍ରାପ୍ତ ହେବାରୁ ବାଚସ୍ପତି ଗୃହକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିରୋଧୀ ସଦସ୍ୟଙ୍କ ତୀବ୍ର ପ୍ରତିବାଦ ଯୋଗୁଁ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୦.୪୩ରୁ ସାଢ଼େ ୧୧ ଟା ପର୍ୟ୍ଯନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଅର୍ଥାତ ହଟଗୋଳ ମଧ୍ୟରେ ଗୃହ କାର୍ଯ୍ୟ ମାତ୍ର ୧୩ ମିନିଟ ଚାଲିଛି ।ସେପଟେ, ବିଜେପି କହିଛି ବିରୋଧୀଙ୍କ ଯୁକ୍ତି ଅମୂଳକ । ରାଜ୍ୟ ସରକାର 4 ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ନଜର ରହିଛି । ମୃତାହତଙ୍କ ପରିବାର ପାଇଁ ସମ୍ବେଦନଶୀଳ ଅଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ନିଜେ ଯାଇ ଚିକିତ୍ସିତଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ସରକାରଙ୍କ ଦ୍ଵାରା ଯୋଗାଇ ଦିଆ ଯାଉଥିବା ଆବଶ୍ୟକୀୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ବୋଲି କହିଛି ବିଜେପି ।