Odia News Portal

ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍, ବାଇକ୍ ଆରୋହୀ ଗୁରୁତର

ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍ । ଜୟଦେବବିହାର ଓ ଆଚାର୍ଯ୍ୟବିହାର ମଧ୍ୟରେ ଦୁର୍ଘଟଣା । ବାଇକ୍ ଆରୋହୀଙ୍କୁ ପଛରୁ ଧକ୍କା ଦେଲା ଆମ ବସ୍ । ବାଇକ୍ ଚାଳକଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଗୁରୁତର ଯୁବକ ଜଣକ ଭଦ୍ରକର ରଶ୍ମିରଞ୍ଜନ ପଣ୍ଡା ବୋଲି ଜଣାପଡିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା । ବସ୍ କାଚ ଭାଙ୍ଗିଦେଲେ ଉତ୍ୟକ୍ତ ଲୋକେ । ଘଟଣାସ୍ଥଳରସହିଦ ନଗର ଥାନା ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ବେଳେ ବସ୍‌କୁ  ଜବତ କରିଥିବା ସୂଚନା ମିଳିଛି।