Odia News Portal

ପଦ୍ମପୁର ଉପନିର୍ବାଚନ : ଚତୁର୍ଥ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ

କିଏ ହାତେଇବ ପଦ୍ମପୁର? ଆରମ୍ଭ ହୋଇଯାଇଛି ଭୋଟ ଗଣତି । ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷ।। ସିଂହ ବରିହା ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ମଧ୍ୟରେ କଡ଼ା ଟକ୍କର ହେବା ନେଇ ଅନୁମାନ କରାଯାଉଛି । କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ବ୍ୟାକ୍‌ପୁଟ୍‌ରେ ରହିଯାଇଛନ୍ତି । ପ୍ରଥମ, ଦ୍ୱତୀୟ ଓ ତୃତୀୟ ରାଉଣ୍ଡରେ ବିଜେଡି ଆଗୁଆ ଥିଲା । ଚତୁର୍ଥ ରାଉଣ୍ଡ ଗଣତି ଶେଷସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୫୭୬୬ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ୨୧୮୩୭ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହୀତ ୧୩୬୫୯ ଭୋଟ୍ ପାଇଛନ୍ତି । ସେହିଭଳି କଂଗ୍ରେସ ପ୍ରାର୍ଥୀ ସତ୍ୟଭୁଷଣ ସାହୁ ୬୧୬ ଭୋଟ ପାଇଛନ୍ତି।

ଚତୁର୍ଥ ରାଉଣ୍ଡ :
ବିଜେଡି : ୨୧୮୩୭
ବିଜେପି : ୧୩୬୫୯
କଂଗ୍ରେସ : ୬୧୬
ବିଜେଡି ୮୧୭୮ ଭୋଟରେ ଆଗୁଆ