Odia News Portal

୫ମାସରେ ୩୮ କୋଟି ଜରିମାନା ଆଦାୟ

ଭୁବନେଶ୍ୱର() ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ୫ମାସରେ ଆଦାୟ ହୋଇଛି ୩୮ କୋଟି ଜରିମାନା । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।ହେଲମେଟ ଚେକିଂ ଠାରୁ ଆରମ୍ଭ କରି ରଙ୍ଗ ସାଇଡ ଡ୍ରାଇଭ, ମୋବାଇଲରେ କଥା ହୋଇ ଗାଡି ଚଳାଇବା ଭଳି ଘଟଣାରେ ଗାଡି ଚାଳକଙ୍କ ଠାରୁ ନୂଆ ମୋଟର ଯାନ ଆଇନ ଆଧାରରେ ହଜାର ହଜାର ଟଙ୍କାର ଜରିମାନା ଆଦାୟ କରାଯାଉଛି ।

ବିଧାନସଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଗତ ସେପ୍ଟେମ୍ବର ୧ରୁ ଚଳିତ ଜାନୁଆରୀ ୩୧ ମଧ୍ୟରେ ୩୮ କୋଟିରୁ ଅଧିକ ଟଙ୍କା ଜରିମାନା ବାବଦକୁ ପରିବହନ ବିଭାଗ ଆଦାୟ କରିଛି । ସେହିଭଳି ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରଠାରୁ ଗତ ଜାନୁଆରୀ ୩୧ ମଧ୍ୟରେ ୪ ଲକ୍ଷ ୧୩ ହଜାର ୯୯୪ ଜଣ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ୨ ଲକ୍ଷ ୮୭ ହଜାର ୯୩୨ ଜଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।