Odia News Portal

ପଞ୍ଚାୟତ ଫଳାଫଳ ଟ୍ରେଣ୍ଡରେ ବିଜେଡି

ରାଜ୍ୟରେ ଆଜିଠାରୁ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ସମସ୍ତ ରାଜନୈତିକ ଦଳଠାରୁ ଆଗରେ ରହିଛି ବିଜୁ ଜନତା ଦଳ । ଆଜି ୩୧୫ ଜୋନରେ ଭୋଟ ଗଣତି ହେଉଛି । ତେବେ ଦିନ ୧୧ଟା ସୁଦ୍ଧା ୨୪୬ ଜିଲ୍ଲା ପରିଷଦ ଜୋନର ପ୍ରାରମ୍ଭିକ ଟ୍ରେଣ୍ଡ ନିର୍ବାଚନ କମିଶନଙ୍କର ହସ୍ତଗତ ହୋଇଛି । ତେବେ ଏହି ୨୪୬ ଜୋନ ମଧ୍ୟରୁ ୨୦୨ ଜୋନରେ ବିଜୁ ଜନତା ଦଳ ଆଗରେ ରହିଛି । ଯଦି ଭାରତୀୟ ଜନତା ପାର୍ଟି କଥା କହିବା ତାହାଲେ ବିଜେପି ବର୍ତ୍ତମାନ ସୁଦ୍ଧା ମାତ୍ର ୨୫ଟି ଆସନରେ ଆଗରେ ରହିଛି । ସେହିପରି କଂଗ୍ରେସ ୧୫ଟି ଆସନରେ ଆଗୁଆ ରହିଥିବାବେଳେ ୪ଟି ଆସନରେ ଅନ୍ୟାନ ଦଳ ଆଗୁଆ ରହିଛି
ଅନୁଗୁଳ-ବିଜେପି-୦୧, ବିଜେଡି-୨, କଂଗ୍ରେସ-୦୦
ବାଲେଶ୍ୱର-ବିଜେପି-୦୦, ବିଜେଡି-୦୩, କଂଗ୍ରେସ-୦୦
ବରଗଡ-ବିଜେପି-୦୧, ବିଜେଡି-୦୧, କଂଗ୍ରେସ-୦୦
ଭଦ୍ରକ-ବିଜେପି-୦୦, ବିଜେଡି-୦୩, କଂଗ୍ରେସ-୦୦
ବଲାଙ୍ଗୀର-ବିଜେପି-୦୧, ବିଜେଡି-୦୪, କଂଗ୍ରେସ-୦୧
ବୌଦ୍ଧ-ବିଜେପି-୦୧, ବିଜେଡି-୦୨,