Odia News Portal

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା, ବଲାଙ୍ଗୀର ଯିବ ପାରଳାଖେମୁଣ୍ଡି ପୋଲିସ

ଭୁବନେଶ୍ୱର: ଏସିଏଫ ସୌମ୍ୟଙ୍କ ମୃତ୍ୟୁ ମାମଲା ଉପରୁ ପରଦା ହଟୁନି । ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ । ତେବେ ବଲାଙ୍ଗୀରରେ ହୋଇଥିବା ବ୍ୟାଚଲର ପାର୍ଟିରୁ କିଛି ତଥ୍ୟ ମିଳିପାରେ ବୋଲି ପାରଳାଖେମୁଣ୍ଡି ପୋଲିସ ଅନୁମାନ କରିଛି । ପୂର୍ବରୁ ବାଲେଶ୍ୱର ଯାଇ ତଦନ୍ତ କରିଥିବା ବେଳେ ଏବେ ବଲାଙ୍ଗୀର ଯାଇ ତଦନ୍ତ ଆରମ୍ଭ କରିବ । ଅନେକ ତଥ୍ୟ ପ୍ରମାଣ ମିଳିଥିବା ମଧ୍ୟ ଅନୁମାନ କରାଯାଉଛି । ୫ ଜଣିଆ ଟିମ୍ ଯାଇ ତଦନ୍ତ କରିବ ବୋଲି ସୂଚନା ମିଳିଛି । ତଦନ୍ତ ପରେ ଉଚିତ୍ ନ୍ୟାୟ ମିଳିବ ବୋଲି ମଧ୍ୟ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ଆଜି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପାରଳାଖେମୁଣ୍ଡି ଆଇଆଇସି ।