Odia News Portal

ପରଲୋକରେ ଦେବଦାସୀ ପରଶମଣୀ

ପୁରୀ: ଦେବଦାସୀ ପରଶମଣିଙ୍କର ପରୋଲୋକ ଘଟିଛି। ୯୪ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କର ଗଚ୍ଛକାଲି ନିକଟରେ ବାସସ୍ଥାନରେ ମୃତ୍ୟବରଣ କରିଛନ୍ତି। ଆଜି ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯାଇଥିଲା। ତାଙ୍କୁ ମୁଖାଗ୍ନୀ ପ୍ରସନ୍ନ କୁମାର ଦାସ ଦେଇଥିବାବେଳେ ସ୍ବର୍ଗତ ପରଶମଣି ଜଣେ ଅମାୟିକା ମଣିଷ ଥିଲେ। ମହାପ୍ରଭୁଙ୍କ ଦେବଦାସୀ ଭାବରେ ସେବା କରୁଥିଲେ କିନ୍ତି ବିଗତ କିଛି ବର୍ଷଧରି ଏହି ସେବାରୁ ନିବୃତ ଥିଲେ ପରଶମଣି। ସେ ମୁକ୍ତିମଣ୍ଡପ ସମ୍ମୁଖ ମାଜଣା ମଣ୍ଡପରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭଜନ ଓ ଜଣାଣ ଗାନ କରୁଥିଲେ ତାଙ୍କର ପରୋଲୋକ ଖବର ପାଇ ପୁରୀ ବାସୀଙ୍କ ମନରେ ଶୋକର ଛାୟା ।