Odia News Portal

ଅଗଷ୍ଟ ୧୭ରେ ହେବ ପରୀ ମାମଲାର ପରବର୍ତ୍ତୀ ଶୁଣାଣୀ

ଭୁବନେଶ୍ୱର: ନୟାଗଡ଼ର କୁନି ଝିଅ ପରୀ ମୃତ୍ୟୁ ମାମଲା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ତେବେ ରାଜ୍ୟ ସରକାରଙ୍କ ନ୍ୟାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ପରିବାର । ତେବେ ଆଜି ଶୁଣାଣୀ ଥିବା ବେଳେ କିଛି ନିଷ୍କର୍ସ ବାହାରି ପାରିନାହିଁ । ଆସନ୍ତା ଅଗଷ୍ଟ ୧୭ ତାରିଖରେ ପରବର୍ତ୍ତୀ ଶୁଣାଣୀ ହେବ ବୋଲି ସୂଚନା ମିଳିଛି ।

ସୁପ୍ରିମକୋର୍ଟରେ ଆଜି ଏହି ମାମଲାର ଶୁଣାଣୀ ସମୟରେ ବିଚାରପତି ରାୟ ଦେଇ ହାଇକୋର୍ଟରେ ଏକ ଏସଏଲପି ଦାୟର କରିବା ପାଇଁ ପରାମର୍ଶ ଦେଇଛନ୍ତି । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ଏହି ସ୍ପେଶାଲ ଲିଭ୍ ପିଟିସନ୍ ଦାୟର କରିବାକୁ ସୁପ୍ରିମକୋର୍ଟ ପରୀର ପରିବାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

ପରୀ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କ ତଦନ୍ତରେ ନିରାଶ ହୋଇ ଶେଷରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀର ପରିବାର ଲୋକ । ତେବେ ପରୀ ମୃତ୍ୟୁ କୁ ଦୀର୍ଘ ବର୍ଷେ ବିତି ଯାଇଥିଲେ ବି ଏବେବି ନ୍ୟାୟ ଅପେକ୍ଷାରେ ପରୀର ପରିବାର ଲୋକ ।