Odia News Portal

କୋକୋ ରହିବ ଜଙ୍ଗଲରେ

ଶେଷରେ ଜଙ୍ଗଲକୁ ଗଲା ଶୁଆ କୋକୋ। ଜଙ୍ଗଲରେ କୋକୋକୁ ଛାଡ଼ିଲା ବନବିଭାଗ। ଭୁବନେଶ୍ୱର ପାତ୍ରପଡ଼ା ନଲେଜ ସେଣ୍ଟରରେ ଶୁଆକୁ ଛାଡ଼ିଛି ବନବିଭାଗ। ଶୁଆକୁ କଟକ ତୁଳସୀପୁର ଅଞ୍ଚଳର ସସ୍ମିତା ବେହେରା ପୋଷିଥିଲେ। ପିଞ୍ଜରାରେ ନରଖି ଖୋଲାରେ ପାଳିଥିଲେ । କୋକୋକୁ ନିଜ ପିଲା ଭଳି ସ୍ନେହ କରୁଥିଲେ । ମୁକ୍ତ ବିହଙ୍ଗ ଭଳି ସସ୍ମିତାଙ୍କ ଘରେ ବୁଲୁଥିଲା କୋକୋ ।
ଜାନୁଆରୀ ୫ ତାରିଖରେ ହଠାତ୍ କୁଆଡ଼େ ଉଡ଼ିଯାଇଥିଲା । ୧୨ ଦିନ ପରେ କୋକୋକୁ ଫେରାଇଥିଲେ ତାକୁ ପାଇଥିବା ଭୁବନେଶ୍ୱର କେଶୁରା ଅଞ୍ଚଳର ଜଣେ ମହିଳା । ଏହାପରେ ବନ ବିଭାଗ ଟିମ୍ ସସ୍ମିତାଙ୍କ ଘରକୁ ଯାଇ କୋକୋକୁ ଉଦ୍ଧାର କରିଥିଲେ । ପରେ ଶୁଆକୁ କେଉଁ ଠାରେ ରଖାଯିବ ନେଇ ଚାଲିଥିଲା ବିବାଦ। ଶେଷରେ ତାକୁ ଜଙ୍ଗଲରେ ଛଡ଼ାଯାଇଛି।