Odia News Portal

ଦୁଷ୍କର୍ମ କରି ଭିଡିଓ କଲେ…

ପାଟଣା: ଲଜ୍ଜା । ଥମିବାର ନାଁ ଧରୁନି ଲଜ୍ଜା । ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ସୁଦ୍ଧା ଥମିବାର ନାଁ ଧରୁନି । ଜଣେ ଯୁବତୀଙ୍କୁ ୪ଜଣ ମିଶି ଦୁଷ୍କର୍ମ କରିବା ସହ ଭିଡିଓ ରେକର୍ଡିଂ କରିଛନ୍ତି ଅଭିଯୁକ୍ତ । ବିହାରର ସମସ୍ତିପୁର ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ପୋଲିସ ୩ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ଅଛି ।

ପୋଲିସ ରିପୋର୍ଟ ମୁତାବକ, ପିଡିତା ଜଣକ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିଲେ । ଫେରୁଥିବାବେଳେ ରାତି ହୋଇଯାଇଥିଲା । ସେମାନେ ବ୍ରିଜ ନିକଟରେ ଛିଡ଼ା ହୋଇଥିବାବେଳେ ଦିଲ୍ଲୀପ ଠାକୁର ଏବଂ କୈଳାସ ମେହେଟା ନାମକ ଦୁଇଜଣ ଯୁବକ ଆସିଥିଲେ । ଆଉ ପରେ ସେମାନଙ୍କର ଆଉ ଦୁଇଜଣ ସାଙ୍ଗ ଆସିଥିଲେ । ୪ଜଣ ମିଶି ସେମାନଙ୍କୁ ଜଙ୍ଗଲ ଭିତରକୁ ଉଠାଇ ନେଇଥିଲେ । ସେଠାରେ ୪ଜଣ ମିଶି ଦୁଷ୍କର୍ମ କରିବା ସହ ଭିଡିଓ ରେକର୍ଡିଂ କରିଥିଲେ । ପରେ ସେମାନେ ସେଠାରେ ଛାଡି ପଳାଇଥିଲେ । ଏନେଇ ଅଭିଯୋଗ କରିବା ପରେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ଅଭିକ୍ତଙ୍କୁ ଗିରଫ କରିଛି ।