ପିକଅପ ଭ୍ୟାନ ଦୁର୍ଘଟଣା ୨୦ ଆହତ । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ସାପୁଆଖତ ନିକଟରେ ଓଲଟିଲା ପିକଅପ ଭ୍ୟାନ । ଏଥିରେ ୨୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର MKCGକୁ ସ୍ଥାନାନ୍ଥର କରାଯାଇଛି l ମହେନ୍ଦ୍ରଗିରି ପାହାଡ଼ ରେ ଅନୁଷ୍ଠିତ ହେବାକୁ ଥିବା ଯଜ୍ଞ ପାଇଁ ଟେଣ୍ଟ କାମ ସାରି ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ପିକଅପ ଭ୍ୟାନ ।
ଠିକ୍ ଏହିପରି ଘଟଣା କିଛି ଦିନ ତଳେ ଘଟିଥିଲା । ଗଞ୍ଜାମ ପୁରୁଷତ୍ତମପୁର ଥାନା ଲଡ଼କପଲ୍ଲା ଛକରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋକୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା ବସ୍ । ଦୁର୍ଘଟଣାରେ ୬ ମୃତ, ୪ ଗୁରୁତର । ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରାଯାଇଥିଲା । ଅଟୋଟି ସୋରଳ ରୋଡ୍ ଏରେଣ୍ଡ୍ରାରୁ ସିଂହାସନୀ ପୀଠକୁ ଏକ ଭୋଜିରେ ଯୋଗଦେବା ଯାଉଥିବା ବେଳେ ପୁରୁଷୋତ୍ତମପୁର ଥାନା ସିକୁଳା ନିକଟସ୍ଥ ଲଡକାପଲୀ ଠାରେ ଡାଇମଣ୍ଡ ନାମକ ଏକ ଯାତ୍ରୀବାହି ବସ୍ ଧକ୍କା ଦେଇଥିଲା ।
