Odia News Portal

ମେ’୧୬ରେ ପିପିଲି ଭୋଟ୍, ୧୯ରେ ରେଜଲ୍ଟ

ଭୁବନେଶ୍ୱର: ପୁଣି ଆଉଥରେ ଘୁଞ୍ଚିଲା ପିପିଲି ଉପ-ନିର୍ବାଚନ ତାରିଖ । ଆସନ୍ତା ମେ’ ୧୬ରେ ହେବ ପିପିଲି ଉପ-ନିର୍ବାଚନ ।ସେହିଭଳି ମେ’ ୧୩ ତାରିଖ ସନ୍ଧ୍ୟାରୁ ହିଁ ପିପିଲି ପ୍ରଚାର ବନ୍ଦ ହେବ ବୋଲି ନିର୍ଵାଚନ କମିଶନଙ୍କ ନିର୍ଦ୍ଦେଶ | ପୂର୍ବରୁ ମେ’ ୧୩ରେ ନିର୍ବାଚନ ହେବା ନେଇ ତାରିଖ ସ୍ଥିର ହୋଇଥିଲା । ସେହିଭଳି ଭୋଟ ଗଣତି ୧୯ ତାରିଖରେ ହେବ | ୧୩ ତାରିଖରେ ଇଦ୍-ଉଲ-ଫିତର ପଡୁଥିବାରୁ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏପ୍ରିଲ ୧୭ ତାରିଖରେ ଉପ ନିର୍ବାଚନ ପାଇଁ ମତଦାନ ହେବାର ଥିଲା । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ପରଲୋକ ହେବା ପରେ ପିପିଲି ଉପ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ଅନ୍ୟୁନ ୧୫ ଦିନ ସମୟ ଦେବାକୁ ଯାଇ ମେ ୧୩ ତାରିଖରେ ଉପ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ କରିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ । କିନ୍ତୁ ମେ ୧୩ ତାରିଖରେ ଇଦ୍‌-ଉଲ୍‌- ଫିତର ଥିବାରୁ ମତଦାନ ହେବ ନାହିଁ । ପୁନଶ୍ଚ ମେ ୧୯ ତାରିଖରେ ଭୋଟ ଗ୍ରହଣ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଏହା ସହିତ ୧୯ ତାରିଖ ଭୋଟ ଗଣତି ଏବଂ ସେହିଦିନ ହିଁ ଫଳ ପ୍ରକାଶ ପାଇବ ।